ଫାସୀ ପୁର୍ବରୁ ମୃତ୍ୟୁ ହେଲେ ଶବକୁ ୩ଦିନ ଝୁଲାଇ ରଖାଯିବ

ଫାସୀ ପୁର୍ବରୁ ମୃତ୍ୟୁ ହେଲେ ଶବକୁ ୩ଦିନ ଝୁଲାଇ ରଖାଯିବ

ଫାସୀ ପୁର୍ବରୁ ମୃତ୍ୟୁ ହେଲେ ଶବକୁ ୩ଦିନ ଝୁଲାଇ ରଖାଯିବ
ଇସଲମାବାଦ - ଦେଶଦ୍ରୋହ ଅପରାଧରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାଧ୍ୟକ୍ଷ ପରଭେଜ୍ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଶୁଣାଣି କରିଛନ୍ତି । ଯଦି ମୃତୁ୍ୟଦଣ୍ଡ ପୂର୍ବରୁ ମୁସାରଫର ମୃତ୍ୟୁ ହୋଇଯାଏ । ତେବେ ତାଙ୍କ ଶବକୁ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ଘୋଷାରି ଆଣି ଇସଲମାବାଦର ଡି ଚୌକଠାରେ ୩ ଦିନ ପର୍ଯ୍ୟନ୍ତ ଶବକୁ ଝୁଲାଇ ରଖାଯିବ ବୋଲି କୋର୍ଟ ରାୟରେ କୁହାଯାଇଛି । ପାକିସ୍ତାନ କୋର୍ଟର ଏଭଳି ରାୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି । କୋର୍ଟଙ୍କ ଏହି ରାୟକୁ ପାକିସ୍ତାନ ସେନା ସମେତ ଦେଶର ସମ୍ବିଧାନ ବିଶେଷଜ୍ଞ ନାପସନ୍ଦ କରିଛନ୍ତି । କୋର୍ଟଙ୍କ ଏହି ରାୟ ଅସମ୍ବିଧାନିକ ବୋଲି ପାକିସ୍ତାନ ସେନା ନିଜର ଅସନ୍ତୋଷ ପ୍ରକାଶ କରିଛି । ସୂଚନାଯୋଗ୍ୟ, ଗତ ୨୦୦୭ରେ ମୁସାରଫ୍ଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିବା ପରେ ପାକିସ୍ତାନ କୋର୍ଟ ତାଙ୍କୁ ମୃତୁ୍ୟଦଣ୍ଡ ଶୁଣାଣି କରିଛନ୍ତି । ମୁସାରଫ୍ ବର୍ତ୍ତମାନ ଦୁବାଇରେ ଚିକିତ୍ସିତ ହେଉଛନ୍ତି । ପେଶୱାର ହାଇକୋର୍ଟର ବିଚାରପତି ୱାକର ଅହମ୍ମଦ ସେଠ୍, ସିନ୍ଧ୍ ହାଇକୋର୍ଟର ବିଚାରପତି ନାଜର ଆକବର ଏବଂ ଲାହୋର ହାଇକୋର୍ଟର ବିଚାରପତି ସହିଦ କରିମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁସାରଫ୍ଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି ।