ବାରବାଟୀ ପାଇଁ ୮୦ ପ୍ଲାଟୁନ ଫୋର୍ସ

ବାରବାଟୀ ପାଇଁ ୮୦ ପ୍ଲାଟୁନ ଫୋର୍ସ

ବାରବାଟୀ ପାଇଁ ୮୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର - ରବିବାର ଦିନ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୁଲିସ ଡିଜି ଅଭୟ ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ତାଙ୍କ ସହ ପୁଲିସ କମିଶନର, କଟକ ଡିସିପି ଓ ଟ୍ରାଫିକ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ବାରବାଟୀର ସୁରକ୍ଷା ଯାଞ୍ଚ ପରେ ପୁଲିସ ମହାନିଦେ୍ର୍ଧଶକ ଅଭୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମ ସୁରକ୍ଷାର ସମସ୍ତ ବନେ୍ଦାବସ୍ତ ସରିଛି । ବାରବାଟୀ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ଫୋର୍ସ ରହିବେ । ସୁରକ୍ଷା ତଦାରଖ ପାଇଁ ଲ’ ଆଣ୍ଡ ଅର୍ଡର ଏବଂ ଗୁଇନ୍ଦା ଡିଜି ମଧ୍ୟ ରହିବେ ବୋଲି ଡିଜିପି କହିଛନ୍ତି ।