ଫାଷ୍ଟଫୁଡ ଖାଇ ଓଜନ ବଢାଇଲେ ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା
ଫାଷ୍ଟଫୁଡ ଖାଇ ଓଜନ ବଢାଇଲେ ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା
ଅକ୍ଟୋବର ୧୪ରେ ହୁମା କୁରେସୀ ଓ ସୋନାକ୍ଷୀ ସିହ୍ନା ଅଭିନୀତ ଡବଲ ଏକ୍ସେଲ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏମାନଙ୍କ ଅଭିଜ୍ଞତା ସମାଜର୍ ସମ୍ମୁଖୀନ ହେଉଥିବା ସୁବିଧା ଅସୁବିଧା ଉପରେ ଏହି କାହାଣୀ ଗଢିଉଠିଛି । ହୁମା-ସୋନାକ୍ଷୀଙ୍କ ସୁଟିଂ ପୂର୍ବରୁ ୬ କିଲୋ ଲେଖାଏଁ ଓଜନ ବଢାଇବାକୁ କୁହାଯାଇଥିଲା । ଏହା ସବୁଠୁ ସହଜ କାମ ନୁହେଁ ବୋଲି କହିଥିଲେ । ଲଣ୍ଡନ ଚଳଚ୍ଚିତ୍ର କିଛି ଅଂଶ ସୁଟିଂ ହୋଇଛି । ସେଠାରେ ପହଞ୍ଚôବା ପରେ ସେମାନେ ,ସେଠାରେ ମନଇଛା ଫାଷ୍ଟଫୁଡ଼ ଖାଇଲେ । ୨ ସପ୍ତାହରେ ସେମାନଙ୍କ ଓଜନ ୭ କିଲୋରୁ ଅଧିକ ବଢିଯାଇଛି । ହୁମା କହିଛନ୍ତି, ମନଭରି ଖାଇବା-ପିଇବା ସମୟରେ କିଛି ଜଣା ପଡିନଥିଲା । ମୁମ୍ବାଇ ଫେରିବା ପରେ ଓଜନ କମ ପାଇଁ କସରତ କରିଥିଲି । ଆଗକୁ ଏମିତି ଭୂମିକା ମିଳିଲେ ସେ ଶହେଥର ଭାବିବେ ବୋଲି ହୁମା କହିଛନ୍ତି ।




admin 