ଫଟୋ ନେଲା ଜୀବନ, ନିଜ ୫ ପିଲାଙ୍କୁ ହତ୍ୟାକଲେ ମହିଳା

ଫଟୋ ନେଲା ଜୀବନ, ନିଜ ୫ ପିଲାଙ୍କୁ ହତ୍ୟାକଲେ ମହିଳା

ଫଟୋ ନେଲା ଜୀବନ, ନିଜ ୫ ପିଲାଙ୍କୁ ହତ୍ୟାକଲେ ମହିଳା

ଜର୍ମାନୀ: ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ଦେଖି ହୋସ୍‌ ହରେଇଲେ ମହିଳା। ହରାଇ ବସିଲେ ମାନସିକ ସନ୍ତୁଳନ। କ୍ରୋଧକୁ ନିୟନ୍ତ୍ରଣ କରିପାରିଲେନି। ଶେଷରେ ସ୍ୱାମୀଙ୍କୁ ନିଜ କର୍ମର ଶାସ୍ତି ଦେବାକୁ ଯାଇ ସାଜିଲେ  ନିଜ ୫ ପିଲାଙ୍କୁ ତଣ୍ଟି ଚିପି ମାରିଦେଲେ।  ହେଲେ ଏପରି ଭୟଙ୍କର ଘଟଣାରୁ ମହିଳାଙ୍କ ବଡ଼ ପୁଅ ବଞ୍ଚି ଯାଇଛନ୍ତି।

ଏପରି ହୃଦୟ ବିଦାରକ ଘଟଣା ଜର୍ମାନୀରେ ଘଟିଥିବା ବେଳେ ମୃତ ସମସ୍ତ ପିଲାଙ୍କ ବୟସ ୧୧ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଏହି ମାମଲାର ଶୁଣାଣି କରି କୋର୍ଟ ପକ୍ଷରୁ ଅଭିଯୁକ୍ତ ମହିଳାଙ୍କୁ  ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ମିରର ୟୁକେରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟା  କ୍ରିଷ୍ଟିୟାନ ନାମ୍ନୀ ମହିଳା ଜର୍ମାନୀରେ ସ୍ୱାମୀ ଓ ନିଜ ୬ ପିଲାଙ୍କ ସହ ରହୁଥିଲେ। କ୍ରିଷ୍ଟିୟାନଙ୍କ ବଡ଼ ପୁଅ ବୟସ ୧୧ ବର୍ଷ ।  ସବୁ କିଛି ସୁରଖୁରରେ ଚାଲିଥିବା ବେଳେ ଥରେ ଏକ ଫଟୋ କ୍ରିଷ୍ଟିୟାନଙ୍କ ସଂସାର ଉଜାଡ଼ି ଦେଲା।  ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବସିଲେ କ୍ରିଷ୍ଟିୟାନ । ଏପରିକି   ଆଉ କେବେ ନିଜ ଛୁଆଙ୍କୁ ଦେଖିପାରିବନି ବୋଲି ସ୍ୱାମୀଙ୍କ ପାଖକୁ ମେସେଜ ବି ପଠାଇଦେଲେ।

ଏହାପରେ ୨୦୨୦ ମସିହା ସେପ୍ଟେମ୍ବର ୩ ତାରିଖରେ ପ୍ରଥମେ  କ୍ରିଷ୍ଟିୟାନ ନିଜ ପିଲାମାନଙ୍କୁ ନିଶା ଦ୍ରବ୍ୟ ଖୁଆଇଦେଲେ । ଏହାପରେ ସେମାନେ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ବାଥଟବ୍ରେ ବୁଡ଼ାଇ ଅଣନିଶ୍ୱାସ କରି ହତ୍ୟା କଲେ। ଏହାପରେ ସବୁ ମୃତଦେହକୁ କପଡ଼ାରେ ଗୁଡ଼ାଇ ବେଡ ଉପରେ ଶୁଆଇଦେଲେ। ଉକ୍ତ ସମୟରେ କ୍ରିଷ୍ଟଲଙ୍କ ବଡ଼ ପୁଅ ଘର ବାହାରେ ଥିବାରୁ ବଞ୍ଚି ଯାଇଥିଲା।

ଏହାପରେ ନିଜ ଜୀବନ ହାରିବାକୁ କ୍ରିଷ୍ଟିୟାନ ଘର ନିକଟରେ ଥିବା ଷ୍ଟେସନକୁ ଯାଇଥିଲେ। ସେଠାରେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ମଧ୍ୟ ସୌଭାଗ୍ୟବଶଃତ ସେ ବଞ୍ଚି ଯାଇଥିଲେ।