ପ୍ରାଶାସନିକ ଅଦଳବଦଳ

ପ୍ରାଶାସନିକ ଅଦଳବଦଳ

ପ୍ରାଶାସନିକ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରାଶାସନିକସ୍ତରରେ ଦୁଇ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ମିଶ୍ର ମଧ୍ୟ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଆଲୋକ କୁମାର କର ରାଜ୍ୟ ଜଳସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିବେ । ତେବେ ତାଙ୍କର ଏହି ପଦବୀ ଅତିରିକ୍ତ ସଚିବ ପାହ୍ୟାର ମାନ୍ୟତା ପାଇବ ।

ଅଧିକାରୀମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ନୂଆ ଦାୟିତ୍ୱ ଭାର ନେବେ ବୋଲି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି । ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।