ପ୍ରଧାନମନ୍ତ୍ରୀଙ୍କ ଲାଗି କ’ଣ ପଠାଇଥିଲେ ଅନୁପମ ଖେରଙ୍କ ମା’
ପ୍ରଧାନମନ୍ତ୍ରୀଙ୍କ ଲାଗି କ’ଣ ପଠାଇଥିଲେ ଅନୁପମ ଖେରଙ୍କ ମା’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ଭେଟିଥିଲେ ବଲିଉଡ୍ ଅଭିନେତା ଅନୁପମ୍ ଖେର। ଅନୁପମ ତାଙ୍କ ସାମାଜିକ ଗଣମାଧ୍ୟ ପୋଷ୍ଟରେ ଏ ସଂପର୍କରେ ସୂଚନା ଦେଇଛନ୍ତି। କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ଅନୁପମ ତାଙ୍କ ମା’ପଠାଇଥିବା ରୁଦ୍ରାକ୍ଷମାଳାଟିକୁ ଉପହାର ଦେଇଥିଲେ। ହିନ୍ଦୀ ଭାଷାରେ ଟୁଇଟ୍ କରି ଅନୁପମ ଖେର୍ ଲେଖିଛନ୍ତି: ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆପଣଙ୍କୁ ଭେଟି ଖୁବ୍ ଆନନ୍ଦିତ। ଦେଶବାସୀଙ୍କ ପାଇଁ ଆପଣ ଅହର୍ନିଶ କରୁଥିବା କଠନି ପରିଶ୍ରମ ପ୍ରେରଣାଦାୟୀ। ଆପଣଙ୍କ ସୁରକ୍ଷା ନିମନ୍ତେ ମୋ ମାଆ ପଠାଇଥିବା ରୁଦ୍ରକ୍ଷମାଳାଟିକୁ ଯେଭଳି ସମ୍ମାନର ସହ ଆପଣ ଗ୍ରହଣ କଲେ ତାହା ମୋର ଚିରସ୍ମରଣୀୟ ହୋଇ ରହିବ। ଜୟ ହୋ। ଜୟ ହିନ୍ଦ୍।
ଅନୁପମଙ୍କ ଟୁଇଟ୍ର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଆପଣଙ୍କୁ ଅଶେଷ ଧନ୍ୟବାଦ ଅନୁପମ ଖେର। ସମ୍ମାନୀୟା ମା ଏବଂ ଦେଶବାସୀଙ୍କ ଆଶୀର୍ବାଦହିଁ ମୋତେ ଦେଶ ସେବା ପାଇଁ ନିରନ୍ତର କାମ କରିବା ଲାଗି ପ୍ରବର୍ତ୍ତାଉଛି।
‘ଦି କାଶ୍ମୀର ଫାଇଲ୍’ ଫିଲ୍ମ ଲାଗି ପ୍ରଧାନମନ୍ତ୍ରୀ ମୋଦି ଅନୁପମ ଖେରଙ୍କୁ ପ୍ରଶଂସା କରିଥିଲେ। ଏଥିରେ ତାଙ୍କର ଅଭିନୟ ଚମତ୍କାର ଥିଲା।




admin 