ଝାରସୁଗୁଡ଼ାରେ ବିଜେଡି-ବିଜେପି ମୁହାଁମୁହିଁ, ଧାରା ୧୪୪ ଲାଗୁ
ଝାରସୁଗୁଡ଼ାରେ ବିଜେଡି-ବିଜେପି ମୁହାଁମୁହିଁ, ଧାରା ୧୪୪ ଲାଗୁ
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲା ଥମିବାରେ ନାଁ ନେଉନି। ଏହାକୁ ନେଇ ବିଜେପି ଶ୍ରୀ ଦାସଙ୍କୁ ଅକଳରେ ପକାଇ ଦେଇଛି। ବିଜେପି ପକ୍ଷରୁ ଶ୍ରୀ ଦାସଙ୍କୁ ସିଧାସଳଖ ଟର୍ଗେଟ୍ କରାଯାଉଛି। ଆଜି ସକାଳେ ଏହି ମାମଲାକୁ ନେଇ ଉଭୟ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳର ଆଶଙ୍କା କରି ସହରରେ ୧୪୪ ଧାରା ଲାଗୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ମୃତ୍ୟୁକୁ ନେଇ ଗତକାଲି ବିଜେପି ପକ୍ଷରୁ ଥାନା ଘେରାଉ ଆନ୍ଦୋଳନର ଚେତାବନୀ ଦିଆଯାଇଥିଲା। ଏପଟେ ମୃତକ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ଦେଇଥିବା ଅଭିଯୋଗ ଆଧାରରେ ବିଜେପି ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବିରେ ଝାରସୁଗୁଡ଼ା ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ପକ୍ଷରୁ ଆନ୍ଦୋଳନ ଦାବି କରିଥିଲେ। ଉଭୟ ପକ୍ଷର ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୁଲିସ ପୁଲିସ ପ୍ରଶାସନ ପକ୍ଷରୁ ଆଜି ସକାଳୁ ୧୪୪ ଧାରା ଲାଗୁ କରାଯାଇଥିଲା।୦::୦୨
୧୪୪ ଧାରା ଲାଗୁ ସତ୍ତ୍ବେ ଉଭୟ ପକ୍ଷ ଆନ୍ଦେଳନକୁ ଓହ୍ଲାଇଥିଲେ। ଝାରସୁଗୁଡ଼ା ଥାନା ନିକଟ ଝଣ୍ଡାଚୌକଠାରେ ଉଭୟ ପକ୍ଷର ଆନ୍ଦୋଳନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷରୁ ୩୫୦ ଜଣଙ୍କୁ ପୁଲିସ ଅଟକ ରଖିଛି। ଆନ୍ଦୋଳନ ସମୟରେ ବିଜେପିର କର୍ମୀ ଓ ମହିଳା କର୍ମୀଙ୍କୁ ଆକ୍ରମଣ ହୋଇଥିବା ନେଇ ବରିଷ୍ଠ ବିଜେପି ନେତା ଦିନେଶ ଜୈନ ଅଭିଯୋଗ କରିଛନ୍ତି। ଏବେ ଅଞ୍ଚଳ ଉତ୍ତେଜନାପ୍ରବଣ ରହିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସହରରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।




admin 