ପ୍ରଥମ ମଙ୍କିପକ୍ସ ସଂକ୍ରମିତ ମୃତ
ପ୍ରଥମ ମଙ୍କିପକ୍ସ ସଂକ୍ରମିତ ମୃତ
ବ୍ରାସିଲିଆ: କୋରୋନା ପରେ କାୟା ମେଲାଉଛି ମଙ୍କିପକ୍ସ । ବ୍ରାଜିଲରେ ଦେଶର ପ୍ରଥମ ମଙ୍କିପକ୍ସ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହାକି ୟୁରୋପୀୟ ରାଷ୍ଟ୍ରରେ ପ୍ରଥମ ମଙ୍କିପକ୍ସ ଜନିତ ମୃତ୍ୟୁ ବୋଲି ସ୍ପେନ ସୁନିଶ୍ଚିତ କରିଥିଲା । ଏବେ ବ୍ରାଜିଲରେ ମଧ୍ୟ ଜଣେ ମଙ୍କିପକ୍ସ ସଂକ୍ରମିତ ଆଖି ବୁଜିଛନ୍ତି । ମୃତକ ଜଣେ ୪୧ ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ବ୍ରାଜିଲ ମଙ୍କିପକ୍ସ ମୃତକ କ୍ୟାନ୍ସର ପୀଡିତ ଥିଲେ । ତାଙ୍କର ରୋଗ ପ୍ରତିରୋଧକ ସିଷ୍ଟମ ଖୁବ୍ ଦୁର୍ବଳ ରହିଥିଲା । ସେ ବ୍ରାଜିଲର ବେଲୋ ହୋରିଜୋଣ୍ଟେ ନାମକ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ପରେ ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହେବା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଶେଷରେ ଦିନ ତାଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୭୦ଟି ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏନେଇ ଭୟାବହତା ବଢିଛି । ଦେଶମାନେ ନିଜ ଆଡୁ ସତର୍କତା ଅବଲମ୍ବନ କରିବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି ।




admin 