ପ୍ରତିବାଦ କରିଥିଲେ ବଞ୍ଚିଯାଇଥାନ୍ତା ମାନସଙ୍କ ଜୀବନ
ପ୍ରତିବାଦ କରିଥିଲେ ବଞ୍ଚିଯାଇଥାନ୍ତା ମାନସଙ୍କ ଜୀବନ
ଭୁବନେଶ୍ୱର: ଯଦି ପ୍ରତିବାଦ କରିଥାନ୍ତେ ତେବେ ମାନସଙ୍କ ଜୀବନ ଯାଇ ନଥାନ୍ତା। କି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ତାଙ୍କୁ ଅପହରଣ କରିପାରି ନଥାନ୍ତେ। ଯେତେବେଳେ ମାନସ ସ୍ୱାଇଁଙ୍କୁ ଅପହରଣ କଲା, ସେତେବେଳେ ସେଠାରେ ବହୁ ଲୋକ ଉପସ୍ଥିତ ଥିଲେ। ମାନସ ଯଦି ସାମାନ୍ୟ ପ୍ରତିବାଦ କରିଥାନ୍ତେ ତେବେ ଏତେବଡ଼ ଅଘଟଣ ଘଟି ନଥାାନ୍ତା। ପ୍ରତିବାଦ ନକରିବାରୁ ଗାଁଲୋକ ତାଙ୍କୁ ବରପକ୍ଷ ବୋଲି ଭାବି ନେଇଥିଲେ । ଯଦି ମାନସ ପ୍ରତିବାଦ କରିଥା’ନ୍ତେ ତେବେ ତାଙ୍କ ଜୀବନ ବଂଚିଯାଇଥା’ନ୍ତା । ଶର୍ମିଷ୍ଠାର ଅପହରଣ ଉଦ୍ୟମ ପଣ୍ଡ ହେବା ସହ ଅନେକ ସାଂଘାତିକ ରହସ୍ୟର ପର୍ଦ୍ଦାଫାସ ହୋଇପାରିଥା’ନ୍ତା ।
ଗତକାଲି କ୍ରାଇମବ୍ରାଂଚର ଏକ ଟିମ ଦିନ ୧୦ଟା ୪୦ରେ ଶର୍ମିଷ୍ଠାଙ୍କୁ ଧରି ଚାନ୍ଦବାଲିର ପଳାଶପୁର ଗାଁରେ ପହଁଚିଥିଲା । ଶର୍ମିଷ୍ଠା ଆସିଥିବା ଜଣାପଡ଼ିବା ପରେ ସେଠାରେ ବହୁ ଗହଳି ହୋଇଯାଇଥିଲା । ଶର୍ମିଷ୍ଠା ଗାଡ଼ିରୁ ଓହ୍ଲାଇବା ପରେ ଯେଉଁଠାରୁ ମାନସଙ୍କୁ ଅପହରଣ କରିଥିଲା ତାହା ଦେଖାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମାନସକୁ ଅପହରଣ କରିବା ଲାଗି ଶର୍ମିଷ୍ଠା ଓ ତା’ର ସହଯୋଗୀମାନେ ୬ ତାରିଖ ରାତିରେ ପଳାଶପୁରରେ ପହଁଚିଥିଲେ । ମାନସକୁ ସେମାନେ ସକାଳ ପର୍ୟ୍ୟନ୍ତ ଅପେକ୍ଷା କରିଥିଲେ । ରଞ୍ଜନ ଯାଇ ମାନସକୁ ବାହାଘରସ୍ଥଳରୁ ଡାକି ଆଣିଥିଲା । ମାନସ ଆସିବା ପରେ ଶର୍ମିଷ୍ଠା ତାକୁ ଦୁଇ ଚାପୁଡ଼ା ମାରିଥିଲେ । ତା’ପରେ ଗାଡ଼ିରେ ବସାଇ ନେବାକୁ ବାହାରିଥିଲେ । ମାନସ ମାଡ଼ ଖାଇ ବି ପ୍ରତିବାଦ କରିନଥିଲେ । ଯଦି ସେ ପ୍ରତିବାଦ କରିଥା’ନ୍ତେ ତେବେ ସେଠାରେ ଥିବା ଗ୍ରାମବାସୀମାନେ ମାନସଙ୍କ ପାଇଁ ବାହାରିଥା’ନ୍ତେ । କିନ୍ତୁ ଗାଁକୁ ବରଯାତ୍ରୀ ଆସିଥିବାରୁ ଉକ୍ତ କାରଟି ବରପକ୍ଷଙ୍କର ଓ ଶର୍ମିଷ୍ଠା ବି ବରପକ୍ଷ ଲୋକ ବୋଲି ସେମାନେ ଭାବିନେଇଥିଲେ ।
ଅର୍ଥାତ ମାନସ ଯଦି ସେଦିନ ପ୍ରତିବାଦ କରିଥା’ନ୍ତେ ନିଶ୍ଚିତ ଭାବେ ସ୍ଥାନୀୟ ଗ୍ରାମବାସୀ ତାଙ୍କ ସପକ୍ଷରେ ବାହାରିବା ସହ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ଗୁପ୍ତ ଉଦ୍ଦେଶ୍ୟ ସମ୍ପର୍କରେ ଜାଣିପାରିଥା’ନ୍ତେ ବୋଲି ଗ୍ରାମବାସୀମାନେ କହିଛନ୍ତି ।




admin 