ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ
ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଲାଗିଛି ନିର୍ବାଚନ କମିସନ୍ ଝଟ୍କା। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଆସନ୍ତା ୪୮ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରମିଳା। ସୋମବାର ଦିନ ୧୦ଟା ପରଠୁ ତାଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି।
ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ଏପରିକି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି।
କିଛି ଦିନ ତଳେ ବିଞ୍ଝାରପୁର ଅଳକୁଣ୍ଡ ପଞ୍ଚାୟତରେ ନିର୍ବାଚନ ପ୍ରଚାରରେ ଯାଇ ଶାସକ ଦଳର ପ୍ରାର୍ଥୀଙ୍କୁ ଭୋଟ ନଦେଲେ କୌଣସି ସରକାରୀ ଯୋଜନାରୁ ବଞ୍ଚିତ ହେଲେ କହିବନି ବୋଲି ପ୍ରମିଳା କହିଥିଲେ। ଏହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭାଇରାଲ୍ ଭିଡିଓ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୀଷଣ ରାଗିଯାଇଥିଲେ। ଏପରିକି କିଛି ବ୍ୟକ୍ତି ଗତ ଶୁକ୍ରବାର ଦିନ ପ୍ରଚାରବେଳେ କଳାପତାକା ମଧ୍ୟ ଦେଖାଇଥିଲେ।
ପ୍ରମିଳାଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର ତାଙ୍କ ଠାରୁ ଶୋ’ କଜ୍ ନୋଟିସ ମାଗିଥିଲେ। ଏହାର ତର୍ଜମା ପରେ ରାଜ୍ୟ ନିର୍ବାଚନ ଆୟୋଗ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।




admin 