୧୬ରେ ପ୍ରଥମ ପର୍ୟ୍ୟାୟ ଭୋଟ୍, ଆଜି ଥମିବ ପ୍ରଚାର
୧୬ରେ ପ୍ରଥମ ପର୍ୟ୍ୟାୟ ଭୋଟ୍, ଆଜି ଥମିବ ପ୍ରଚାର
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ୧୬ ତାରିଖରେ ହେବ। ଆଜି ସଂଧ୍ୟା ୭ଟାରେ ସରିବ ପ୍ରଚାର। ଏଥିପାଇଁ ପ୍ରଚାରକୁ ଜୋରାଦର କରିଛନ୍ତି ସବୁ ରାଜନୈତିକ ଦଳ ।ଇୟଗ୍ଦ ଭଚ୍ଚ
ରାଜ୍ୟର ୭୧ଟି ବ୍ଲକ୍ର ୨୦୦ ଜିଲ୍ଲା ପରିଷଦ ଜୋନ୍ରେ ମତଦାନ ହେବ । ଉକ୍ତ ଦିନ ୨୨ ହଜାର ୩୭୯ଟି ଓ୍ୱାର୍ଡ ଓ ୧୬ ଶହ ୬୯ଟି ପଂଚାୟତରେ ଭୋଟ୍ ଗ୍ରହଣ କରାଯିବ । ଯେଉଁଥିରେ ସାମିଲ ହେବେ ୬୭ ଲକ୍ଷ ୫୧ ହଜାର ଭୋଟର । ଏଥିଲାଗି ଆଜି ୧୧ଟି ଜିଲ୍ଲା ଏବଂ ୧୫ ତାରିଖରେ ୧୯ଟି ଜିଲ୍ଲାକୁ ଯିବେ ପୋଲିଂ ପାର୍ଟି ।
ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍କୁ ଯିବେ ପୋଲିଂ ପାର୍ଟିଂ । ପ୍ରଚାର ସମୟସୀମା ଶେଷ ହେବା ପରେ ରାଜନୈତିକ ଦଳର ନେତା ଓ ଅନ୍ୟ ଅଂଚଳର ନେତାମାନେ ସ୍ଥାନୀୟ ଅଂଚଳରେ ରହିପାରିବେନି । ପଂଚାୟତ ନିର୍ବାଚନ ପାଇଁ ମୋଟ୍ ୫ଟି ପର୍ୟ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହାପରେ ତିନି ଦିନ ଧରି ୨୬, ୨୭ ଓ ୨୮ରେ ବ୍ଲକ୍ ମୁଖ୍ୟାଳୟରେ ଭୋଟ୍ ଗଣତି ହେବ।




admin 