ହିଜାବକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ହିଜାବକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ: ହିଜାବ ବିବାଦକୁ ନେଇ ରାଜନୀତି ଜୋର ଧରିଛି। ବିଭିନ୍ନ ଦଳର ନେତା ଏହାକୁ ନେଇ ବୟାନବାଜି ଚଳାଇଛନ୍ତି। ଜଣେ କଂଗ୍ରେସ ନେତାଙ୍କ ବୟାନ ଏବେ ବିବାଦୀୟ ହୋଇଛି। ଏହାକୁ ଜୋରରେ ବିରୋଧ କରାଯାଉଛି। କର୍ଣ୍ଣାଟକର ରାଜ୍ୟ କଂଗ୍ରେସ ନେତା ଜମ୍ମିର ଅହମ୍ମଦ କହିଛନ୍ତି ଯେ, ମହିଳାମାନଙ୍କ ମୁହଁରେ ପରଦା ରହୁ ନଥିବାରୁ ଭାରତରେ ରେକଡ଼ସ୍ତରୀୟ ଦୁଷ୍କର୍ମ ଅପରାଧ ଘଟୁଛି। ସେ କହୁଥିବାର ଏକ ରେକଡ଼ିଂ ଭିଡିଓ ଏଏନଆଇ ପକ୍ଷରୁ ପ୍ରକାଶ କରାଯାଇଛି। ସେଥିରେ ସେ ହକୁଛନ୍ତି ଯେ, ଝିଅମାନେ ଯତେବେଳେ ବଡ଼ ହୋଇ ଯାଆନ୍ତି ସେମାନଙ୍କ ସୌନ୍ଦର୍ୟ୍ୟକୁ ପରଦା ଆବୃତ କରି ରଖେ।
ହିଜାବର ପରିକଳ୍ପନା ପଛରେ ଏହା ହେଉଛି ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଫଳରେ ମହିଳାମାନଙ୍କର ସୌନ୍ଦର୍ୟ୍ୟ ପ୍ରଦର୍ଷିତ ହୁଏ ନାହିଁ ବୋଲି ସେ କହିଛନ୍ତି । ପରଦା ପ୍ରଥାକୁ ମାନୁ ନଥିବାରୁ ଏଭଳି ଅପରାଧ ବଢ଼ୁଥିବା ସେ କହିଛନ୍ତି । ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହଁ। ଏହାକୁ ପାଳନ କରାଯାଏ ବୋଲି ସେ କହିଛନ୍ତି ।
ଅନ୍ୟପଟେ ହିଜାବର ସମର୍ଥକମାନଙ୍କୁ କଡ଼ା ଜବାବ ଦେଇଛନ୍ତି ଜମ୍ମୁ ଓ କଶ୍ମୀରର ଜଣେ ୧୨ଶ ଶ୍ରେଣୀ ଛାତ୍ରୀ । ନିଜକୁ ମୁସଲମାନ ପ୍ରମାଣିତ କରିବାକୁ ହିଜାବ ପିନ୍ଧିବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି । ୧୨ଶ ବିଜ୍ଞାନ ପରୀକ୍ଷାରେ ଟପ୍ପର ହୋଇଥିବା ଶ୍ରୀନଗରର ଆରୁସା ପରଭେଜ ହିଜାବ ପିନ୍ଧୁନଥିବାରୁ ତାଙ୍କୁ କେତେକ ଗୋଷ୍ଠୀ ଅନଲାଇନରେ ଟ୍ରୋଲ କରୁଛନ୍ତି । ଏହାର କଡା ଜବାବ ଦେଇ ସେ କହିଛନ୍ତି ଯେ, ସେ ଇସଲାମୀୟ ନୀତିକୁ ପାଳନ କରନ୍ତି, କିନ୍ତୁ ନିଜକୁ ମୁସଲମାନ ପ୍ରମାଣିତ କରିବାକୁ ହିଜାବ ପିନ୍ଧିବା ଜରୁରୀ ନୁହେଁ ।




admin 