ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ଜାଣନ୍ତୁ କିପରି ରହିଲା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ଜାଣନ୍ତୁ କିପରି ରହିଲା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ, ଜାଣନ୍ତୁ କିପରି ରହିଲା ଫଳ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଲା । କୋଭିଡ ସଂକ୍ରମଣ ଯୋଗୁଁ ଏଥର ପରୀକ୍ଷା ଗୃହରେ ବସି ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇନଥିଲେ । ୨୦ଲକ୍ଷରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ତେଣୁ ରେଜଲ୍ଟ ପାଇଁ ବିକଳ୍ପ ମୂଲ୍ୟାୟନ କରିଛି ସିବିଏସଇ । ୨୦,୯୭,୧୨୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୬୭,୯୯୭ ଜଣ ପାସ କରିଛନ୍ତି । ଏହି ରେଜଲ୍ଟରେ ଛାତ୍ରଙ୍କୁଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୯୮.୮୯% ରହିଥିବା ବେଳେ ଛାତ୍ରୀଙ୍କ ପାସ ହାର ୯୯.୨୪% ରହିଛି । କେନ୍ଦ୍ରିୟ ବିଦ୍ୟାଳୟରେ ୧୦୦% ପାସ ହାର ରହିଛି । ଭୁବନେଶ୍ୱର ରିଜିୟନରେ ୯୯.୬୨ ପ୍ରତିଶତ ରହିଛି । ତ୍ରିଭେନ୍ଦ୍ରମ ରିଜିୟନରେ ସର୍ବାଧିକ ୯୯.୯୯% ରହିଛି ।