ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ ହେବ

ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ ହେବ

ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ ହେବ

ଭୁବନେଶ୍ୱର : ପୌର ସଂସ୍ଥାଗୁଡ଼ିକୁ ଦିଆଯାଉଥିବା ଅର୍ଥର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ ହେବ । ବସ୍ତିବାସିନ୍ଦାଙ୍କୁ ସର୍ବନିମ୍ନ ସେବା ଯୋଗାଣ ଓ ଭିତ୍ତିଭୂମି ବିକାଶ ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯିବ । ରାଜ୍ୟ ସରକାର ପୌର ଆଇନ୍ରେପ ଆଣିଥିବା ସଂଶୋଧନରେ ଏହି ବ୍ୟବସ୍ଥା ରହିଛି । ତେଣୁ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥôକ ବର୍ଷ ପାଇଁ ଦିଆଯାଇଥିବା ଅର୍ଥରୁ ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ରାଜ୍ୟ ପୌର ନିଦେ୍ର୍ଧଶକ ସଂଗ୍ରାମଜିତ ନାୟକ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି । ପୌର ନିଦେ୍ର୍ଧଶକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାର ମୁ୍ୟନିସିପାଲିଟି ଆଇନ ୧୯୫୦ ଓ ମୁ୍ୟନିସିପାଲ କର୍ପୋରେସନ ଆଇନ ୨୦୦୩ରେ ସଂଶୋଧନ ଆଣିବା ସହିତ ଏହାକୁ ଗେଜେଟ ବିଜ୍ଞପ୍ତିରେ ପ୍ରକାଶ କରିସାରିଛନ୍ତି । ତଦନୁଯାୟୀ ପୌରସଂସ୍ଥାଗୁଡିକର ୨୫ ପ୍ରତିଶତ ବସ୍ତି ବିକାଶ ଲାଗି ବ୍ୟୟ କରିବେ । ଏଥି ପାଇଁ ତ୍ରୈମାସିକ ଲକ୍ଷ୍ୟ ଧାର୍ଯ୍ୟ ସହିତ ତାହା କିଭଳି ବ୍ୟୟ ହେଉଛି, ତାହାର କଡ଼ାକଡ଼ି ଯାଞ୍ଚ ଲାଗି ପ୍ରଶାସକମାନଙ୍କୁ କୁହାଯାଇଛି । ଏଥି ସହିତ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନଏବସିଗୁଡିକୁ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ମଞ୍ଜୁର ହୋଇଥିବା ଅର୍ଥର ତାଲିକା ସହିତ ଏହାର ୨୫ ପ୍ରତିଶତ ଅର୍ଥର ମଧ୍ୟ ଏକ ତାଲିକା ପୌର ନିଦେ୍ର୍ଧଶକ ତାଙ୍କ ପତ୍ରରେ ସଂଲଗ୍ନ କରିଛନ୍ତି ।