ଆପଣାନ୍ତୁ ଏହି ୨ ଗୁଣ, ଶତ୍ରୁ ବି ପାଲଟି ଯିବେ ମିତ୍ର
ଆପଣାନ୍ତୁ ଏହି ୨ ଗୁଣ, ଶତ୍ରୁ ବି ପାଲଟି ଯିବେ ମିତ୍ର
ଚାଣକ୍ୟ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହାକୁ ଅନୁସରଣ କରିବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ । ଚାଣକ୍ୟଙ୍କ ନୀତିଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କୁ ସର୍ବଦା ବିନମ୍ର ହେବା ଉଚିତ୍ । ଏଭଳି ବ୍ୟକ୍ତି ଲୋକଙ୍କ ହୃଦୟ ଜିତି ପାରିଥାନ୍ତି । କାରଣ ସେ କ୍ରୋଧମୁକ୍ତ ଥାଆନ୍ତି । ସେଥିପାଇଁ ତାଙ୍କୁ ମାନ ସମ୍ମାନ ମିଳିଥାଏ । ଧୈର୍ଯ୍ୟ ସହିତ କରାଯାଇଥିବା କାମରେ ସଫଳତା ମିଳିଥାଏ । ଏଣୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ବିନମ୍ର ହେବା ଉଚିତ୍ । ଏହି ଗୁଣ ଦ୍ୱରା ଶତ୍ରୁ ମଧ୍ୟ ଆପଣଙ୍କ ସାମ୍ନାରେ ମୁଣ୍ଡ ନୁଆଇଥାନ୍ତି । ଆଉ ଏକ ଗୁଣ ହେଉଛି ସତ କହିବା । ଚାଣକ୍ୟ କୁହନ୍ତି କୌଣସି ପରିସ୍ଥିତିରେ ମିଛ କହିବା ଉଚିତ୍ ନୁହେଁ । କାରଣ ମିଛ କହିବା ଦ୍ୱାରା ନିଜ ଆତ୍ମବିଶ୍ୱାସ କମିଥାଏ ଓ ଏହା ନିଜର ପ୍ରତିଭାକୁ କ୍ଷତି ପହଞ୍ଚାଇଥାଏ । ଏଭଳି ବ୍ୟକ୍ତିଙ୍କୁ କେହି ସମ୍ମାନ ଦେଇନଥାନ୍ତି । ଏପରିକି ସେଭଳି ଲୋକକୁ କେହି ବିଶ୍ୱାସ କରନ୍ତି ନାହିଁ । ଏଭଳି ଲୋକଙ୍କୁ ମଧ୍ୟ କେହି ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି ଆପଣ ସତ କୁହନ୍ତି. ଆପଣଙ୍କୁ ସମସ୍ତେ ଭଲ ପାଇଥାନ୍ତି ।