ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ, ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ, ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶିତ, ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର : ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶିତ ହୋଇଛି । କଟକ ସ୍ଥିତ ବୋର୍ଡ ଅଫିସ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଫଳାଫଳ ଘୋଷଣା କରିଥିଲେ । ଚଳିତ ବର୍ଷର ପାସ ହାର ୯୭.୮୯ ପ୍ରତିଶତ ରହିଛି । ଅଣରେଗୁଲାର ଛାତ୍ରଙ୍କ ପାଶ୍ ହାର ୮୮.୩୦ ପ୍ରତିଶତ ରହିଛି । ସମୁଦାୟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମୁଦାୟ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୨୮୦୩୫୨ ଜଣ ଛାତ୍ର ପାସ କରିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨୮୧୬୫୮ରହିଛି । ୪୪୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । 

ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍ ହାସଲ କରିଛନ୍ତି । ଏ-୨ରେ ୨୨୧୩୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ବି-୧ରେ ୫୨୨୫୧ ଜଣ ଏବଂ ବି-୨ରେ ୯୪୪୭୫ ଜଣ ରହିଛନ୍ତି । ରାଜ୍ୟରେ ୫୯୪୫ ସ୍କୁଲରେ ଶତପ୍ରତିଶତ ପାଶହାର ରହିଥିବା ବେଳେ ଏହା ସହିତ ପ୍ରଥମ ଥର ପାଇଁ କୌଣସି ସ୍କୁଲରେ ଶୂନ ପରୀକ୍ଷା ଫଳ ହୋଇନାହିଁ ।

ସନ୍ଧ୍ୟା ୬ଟାରେ www.besodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏହା ସହ ୱେସାଇଟ bseodisha.nic.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ ।

ଇଣ୍ଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ ଏସଏମଏସରେ ବି ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ରେଜଲ୍ଟ ଜାଣିପାରିବେ ।