ପେଟ୍ରୋଲ ପରେ ଗ୍ୟାସ ଦର ବଢିଲା
ପେଟ୍ରୋଲ ପରେ ଗ୍ୟାସ ଦର ବଢିଲା
admin
Mar 1, 2021 - 08:16
Updated: Mar 1, 2021 - 08:16
ନୂଆଦିଲ୍ଲୀ: ଫେବୃଆରୀ ମାସରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୩ ଥର ବଢିବା ପରେ ଏବେ ମାର୍ଚ୍ଚ ମାସ ୧ ତାରିଖରୁ ପୁଣି ୨୫ ଟଙ୍କା ବଢିଛି ଗ୍ୟାସ୍ ଦର। କେବଳ ଫେବୃଆରୀରେ ସିଲିଣ୍ଡର ୧୦୦ ଟଙ୍କା ମହଙ୍ଗା ହୋଇଯାଇଛି, ଆଜିର ବୃଦ୍ଧିକୁ ମିଶାଇ ମାତ୍ର ୨୬ ସିନରେ ଏଲପିଜି ଗ୍ରାସ୍ ୧୨୫ ଟଙ୍କା ମହଙ୍ଗା ହୋଇଯାଇଛି। ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରତ୍ୟେକ ମାସର ଆରମ୍ଭରେ ଏବଂ ପରେ ୧୫ ଦିନରେ ସମୀକ୍ଷା କରାଯାଏ, ତା’ପରେ ମୂଲ୍ୟ ସ୍ଥିର କରାଯାଏ ଜ୍ଝ
ଏହି ମୂଲ୍ୟ ବୃଦ୍ଧି ସହ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ବର୍ତ୍ତମାନ ୧,୬୧୪ ଟଙ୍କା ହୋଇଯାଇଛି।ଏଲପିଜି ଗ୍ୟାସର ନୂତନ ମୂଲ୍ୟ ଆଜି ଠାରୁ କାର୍ୟ୍ୟକାରୀ ହେବ। ଫେବୃଆରୀରେ, ଆଇଓସି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ତିନିଥର ବୃଦ୍ଧି କରିଛି। ପ୍ରଥମେ ଫେବୃଆର ୪, ଦ୍ୱିତୀୟ ଥର ଫେବୃଆରୀ ୧୪ ଏବଂ ତୃତୀୟ ଥର ଫେବୃଆରୀ ୨୫ରେ ଆହୁରି ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜି ମାର୍ଚ୍ଚ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରକୁ ୨୫ ଟଙ୍କା ମହଙ୍ଗା କରାଯାଇଛି। ଦିଲ୍ଲୀରେ ଓ ମୁମ୍ବାଇରେ ବିନା ସବସିଡି ଏଲପିଜି ସିଲିଣ୍ଡର ୨୫ ଟଙ୍କା ମହାଙ୍ଗା ହୋଇ ୮୧୯ ଟଙ୍କା ଦେବକେୁ ହେବ। କୋଲକାତାରେ ଏଲପିଜି ସିଲିଣ୍ଡର ପାଇଁ ସବୁଠରୁ ଅଧିକ ୮୪୫ ଟଙ୍କା ଦେବାକୁ ହେବ। ଚେନ୍ନାଇରେ ୮୩୫ ଟଙ୍କା ରହିଛି।