ପୁଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି

ପୁଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି

ପୁଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି
ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ୨ଜଣଙ୍କ ମୃତୁ୍ୟ ଅଭିଯୋଗ ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ କେନ୍ଦ୍ର କରି ବିଜେପି ଭୁବନେଶ୍ୱର ଜିଲ୍ଲା ଓ ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ରାଜ୍ୟ କାର୍ୟ୍ୟାଳୟରୁ ବାହାରି ଏହି ଶୋଭାଯାତ୍ରା ବିଧାନସଭା ଅଭିମୁଖେ ଯାଇଥିଲା । ତେବେ ପୁଲିସ ବିଜେପି କର୍ମୀଙ୍କୁ ବିଧାନସଭା ପୂର୍ବରୁ ଅଟକାଇଥିଲା । ଏହାକୁ ନେଇ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ତେବେ ପୁଲିସ କିଛି କର୍ମୀଙ୍କୁ ଅଟକ ରଖିଥିବା ଜଣାଯାଇଛି