ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଖୋଲିବ

ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଖୋଲିବ

ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଖୋଲିବ
ପୁରୀ : ଆସନ୍ତା ୨୩ ତାରିଖ ଠାରୁ ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଖୋଲିବ । ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ତେବେ ମଙ୍ଗଳା ଓ ଅଲାରନାଥ ଆଦି ବଡ଼ ମନ୍ଦିର ପାଇଁ ମିଟିଂ ବ୍ୟବସ୍ଥା ହେବ । ସ୍ଥାନୀୟ ତହସିଲଦାର ଓ ଆଇଆଇସି ମିଟିଂ କରି ଦର୍ଶନ ବ୍ୟବସ୍ଥା କରିବେ । ଗାଁ ଗହଳିର ଛୋଟ ମନ୍ଦିର ପାଇଁ ଆରଆଇ ଓ ସରପଞ୍ଚ ସ୍ଥିର କରିବେ ବୋଲି ଜିଲ୍ଲାପାଳ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୩ ତାରିଖ ଦିନ ଶ୍ରୀମନ୍ଦିର ବି ଖୋଲିବ । କୋଟି କୋଟି ଭକ୍ତମାନେ ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ । ମନ୍ଦିର ଖୋଲିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ମନ୍ଦିର ଖୋଲିବା ମାତ୍ରେ ସମସ୍ତଙ୍କୁ ଦର୍ଶନର ସୁଯୋଗ ମିଳିବ ନାହିଁ । ପ୍ରଥମେ ପୁରୀବାସୀଙ୍କୁ ଦର୍ଶନର ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲେ ହେଁ ସେଥିରେ କିଛିଟା ପରିବର୍ତ୍ତନ କରାଯାଇଛି । ପ୍ରଥମେ ଦୁଇ ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ସକାଳୁ ସନ୍ଧ୍ୟା ଯାଏଁ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ ବୋଲି ଜଣାଯାଇଛି । ୱାର୍ଡୱାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ । କୋଭିଡ ଗାଇଡଲାଇନରେ ଦର୍ଶନ ପାଇଁ ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।