ପୁରୀ ଜାତୀୟ ରାଜପଥରେ ଉଡ଼ିଲା ସର୍ବବୃହତ୍ତ ତିରଙ୍ଗା

ପୁରୀ ଜାତୀୟ ରାଜପଥରେ ଉଡ଼ିଲା ସର୍ବବୃହତ୍ତ ତିରଙ୍ଗା

ପୁରୀ ଜାତୀୟ ରାଜପଥରେ ଉଡ଼ିଲା ସର୍ବବୃହତ୍ତ ତିରଙ୍ଗା

ପୁରୀ : ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥରେ ବାଟଗାଁ ଛକରେ ଉଡ଼ିଲା ସର୍ବବୃହତ ତିରଙ୍ଗା । ରାଜ୍ୟପାଳ ଗଣେଶୀ ଲାଲ ସୋମବାର ୧୦୮ ଫୁଟ ଉଚ୍ଚର ଏହି ତ୍ରିରଙ୍ଗା  ଉଦଘାଟନ କରିଛନ୍ତି । ଫ୍ଲାଗ ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ସେଠାରେ ଜାତୀୟ ପତାକା ପ୍ରତିଷ୍ଠା କରାଯାଇଛି ।

ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା , ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିନ୍ଦଲ ଫାଉଣ୍ଡେସନ ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଉପସଭାପତି ସାଲୁ ଜିନ୍ଦଲ , ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ କନୱାର ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଉପଜିଲ୍ଲାପାଳ ଭବତାରଣ ସାହୁ , ଜିନ୍ଦଲ ଷ୍ଟିଲ ସଭାପତି ପ୍ରଶାନ୍ତ କୁମାର ହୋତା କାର୍ଯ୍ରକ୍ରମରେ ଉପସ୍ଥିତ ଥିଲେ ।

ଜାତୀୟ ପତାକା ଭାରତର ଆତ୍ମା । ୧୩୦ କୋଟି ଭାରତୀୟଙ୍କ ସ୍ୱାଭିମାନର ପ୍ରତୀକ । ତ୍ରିରଙ୍ଗା ପ୍ରତ୍ୟେକ ନାଗରିକଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ କରୁଛି ।  ଜାତୀୟ ପତାକା ତଳେ ସମସ୍ତେ ସମାନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ  ଆସୁଥିବା ବ୍ୟକ୍ତିମାନେ ତ୍ରିରଙ୍ଗା ପତାକା ଦେଖି ଭଲ ଅନୁଭୂତି ନେଇ ଫେରିବେ ବୋଲି ରାଜ୍ୟପାଳ କହିଛନ୍ତି।