ପୁରୀରେ ୩ଟି ବସରେ ଲାଗିଲା ନିଆଁ

ପୁରୀରେ ୩ଟି ବସରେ ଲାଗିଲା ନିଆଁ

ପୁରୀରେ ୩ଟି ବସରେ ଲାଗିଲା ନିଆଁ
ପୁରୀ: ପୁରୀ ବସଷ୍ଟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୩ଟି ବସ୍ ଜଳିଯାଇଛି । କୌଣସି କାରଣରୁ ନିଆଁ ଲାଗି ଛିଡାହୋଇଥିବା ୩ଟି ବସ ଜଳିଗଲା । ବସ୍ ତିନୋଟି ଛିଡା ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । କେଉଁ କାରଣରୁ ନିଆଁ ଲାଗିଲା ଏଯାଏଁ ଜଣାପଡି ନାହିଁ । ଗୋଟିଏ ବସରେ ନିଆଁ ଲାଗିବା ପରେ ପାଖ ଦୁଇଟିକୁ ବ୍ୟାପିଥିଲା । ଦୁଇ ପାଶ୍ୱର୍ରେ ଛିଡା ହୋଇଥିବା ଅନ୍ୟ ୩ଟି ବସରେ ଲାଗିଲା ନିଆଁ । ଖାଲି ବସରେ ନିଆଁ ଲାଗିଛି । ବସରେ କୌଣସି ଯାତ୍ରୀ ନଥିଲେ । ପୁରୀ ବସଷ୍ଟାଣ୍ଡରେ ଖାଲି ବସ୍ ଥୁଆହୋଇଥିବା ବେଳେ ଏହି ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ।