ପୁନିତ ରାଜକୁମାର ଆଉ ନାହାନ୍ତି
ପୁନିତ ରାଜକୁମାର ଆଉ ନାହାନ୍ତି

ବେଙ୍ଗାଲୁରୁ:ଦକ୍ଷିଣ ଭାରତୀୟ ସିନେମା ଜଗତକୁ ବଡ଼ ଝଟକା। ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ଆଜି ସକାଳେ ଜିମରେ ବ୍ୟାୟାମ କରୁଥିବାବେଳେ ହଠାତ ହୃଦ୍ଘାତ ହେବା ଯୋଗୁ ସେ ପଡିଯାଇଥିଲେ। ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତରୀ ଦଳର ସବୁ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ହେଇ ପାରିନଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।
ତାଙ୍କ ପରିବାରରେ ପତ୍ନୀ ଓ ଦୁଇଟି ସନ୍ତାନ ଅଛନ୍ତି। ବହୁ କନ୍ନଡ଼ ଚଳଚିତ୍ରରେ ସେ ମୁଖ୍ୟ ଭୂମିକାରେ ଥିଲେ। ସେ ଶିଶୁ କଳାକାର ଭାବେ ମଧ୍ୟ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଜଣେ କଣ୍ଠଶିଳ୍ପୀ ଓ ପ୍ରଯୋଜକ ଭାବେ ମଧ୍ୟ ସେ ଜଣାଶୁଣା ଥିଲେ।