ହଟିଲା ଗାଜିପୁର ସୀମାରୁ ବ୍ୟାରିକେଟ୍

ହଟିଲା ଗାଜିପୁର ସୀମାରୁ ବ୍ୟାରିକେଟ୍

ହଟିଲା ଗାଜିପୁର ସୀମାରୁ ବ୍ୟାରିକେଟ୍

 ନୂଆଦିଲ୍ଲୀ: ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା ଗାଜିପୁରଠାରେ ଦିଆଯାଇଥିବା ବ୍ୟାରିକେଟ୍‌କୁ ହଟାଇ ଦିଆଯାଇଛି। ପ୍ରାୟ ୧୧ ମାସ ପରେ ଏହି ରାସ୍ତାକୁ ଖାଲି କରାଯାଇଛି। ଫଳରେ ଏହି ରାସ୍ତାରେ ଯାତାୟାତ ସୁବିଧା ହୋଇ ାପରିବ। ମେରଟ୍‌ରୁ ଦିଲ୍ଲୀକୁ ଯାତାୟାତ ଏବେ ସୁବିଧା ହୋଇପାରିବ। କୃଷକ ଆନ୍ଦୋଳନ ଆରମ୍ଭରୁ ଏହି ବ୍ୟାରିକେଟ୍‌କୁ ପୁଲିସ ପକ୍ଷରୁ ଲଗାଯାଇଥିଲା। ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ମଧ୍ୟକୁ ନଛାଡ଼ିବାକୁ ଏହି ପ୍ରକାର ବ୍ୟାରିକେଟ୍‌ ବ୍ୟବସ୍ଥା କରାଯାଇଥିଲା। ମାତ୍ର ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ବ୍ୟାରିକେଟ୍‌ ହଟାଇବାକୁ କହିଥିଲେ। ଆନ୍ଦୋଳନ କରିବାକୁ ଅନୁମତି ରହିବ ହେଲେ, କାହାକୁ ଲୋକଙ୍କ ଯାତାୟାତ ବନ୍ଦ କରିବା ଅଧିକାର ନାହିଁ। ଦିଲ୍ଲୀକୁ ଏ ପ୍ରକାର ବନ୍ଧକ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ କୃଷକ ସଂଘ ପକ୍ଷରୁ କୁହାଯାଇଥିଲା ଯେ ସେମାନେ ରାସ୍ତା ଅବରୋଧ କରି ନାହାନ୍ତି। ପୁଲିସ ବ୍ୟାରିକେଟ୍‌ ଦେଇ ରାସ୍ତା ବନ୍ଦ କରିଛି। ଆମେ ତ ଗୋଟିଏ କୋଣରେ ଆନ୍ଦୋଳନ କରୁଛୁ। ଫଳରେ ଆଜି ପୁଲିସ ପକ୍ଷରୁ ବ୍ୟାରିକେଟ୍‌ ହଟାଇ ଦିଆଯାଇଥିଲା।