ପୁଣି ରାଜ୍ୟସଭା ଯିବେ ଗୁଲାମନବୀ
ପୁଣି ରାଜ୍ୟସଭା ଯିବେ ଗୁଲାମନବୀ
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ପୁଣି ଯିବେ ରାଜ୍ୟସଭା । ଆଜାଦଙ୍କୁ ରାଜ୍ୟସଭା ପଠାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ବିଚାର ବିମର୍ଷ ଚଳାଇଛନ୍ତି । ସମ୍ଭବତଃ ସେ ରାଜସ୍ଥାନ କିମ୍ବା ମଧ୍ୟପ୍ରଦେଶରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇପାରନ୍ତି । ଏଥିପାଇଁ ମଧ୍ୟପ୍ରଦେଶ କଂଗ୍ରୌ ମୁ୍ଖିଆ କମଲନାଥଙ୍କ ସହ ସୋନିଆ ଆଲୋଚନା କରିଥିବା ଖବର ମିଳିଛି । ଅପରପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ ସମ୍ମତି ଜଣାଇଛନ୍ତି । ଗୁଲାମନବୀ ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବା ପରଠୁ ସେ ଦଳ ଉପରେ ଖପ୍ପା ଥିଲେ । ଜି-୨୩ ଗ୍ରୁପର ପ୍ରମୁଖ ନେତା ସାଜି ଆଜାଦ ସବୁବେଳେ ହାଇକମାଣ୍ଡଙ୍କ ଆଡ଼କୁ ଆଙ୍ଗୁଠି ଉଠାଉଥିଲେ । ତେବେ କିଛି ମାସ ହେବ ସୋନିଆ ଗାନ୍ଧିଙ୍କ ତରଫରୁ ଗୁଲାମନବୀଙ୍କ ସହ ଯୋଗାଯୋଗ ରଖାଯାଇଛି । ତାଙ୍କ ଭଳି ବରିଷ୍ଠ ନେତାଙ୍କୁ ଦଳ ହରାଇବାକୁ ଚାହୁଁନଥିବା ସୋନିଆ ତାଙ୍କୁ ଜଣାଇଛନ୍ତି । ଏପରିକି ତାଙ୍କୁ ଖୁସ୍ ରଖିବା ପାଇଁ ପୁଣି ଥରେ ଦଳ ତାଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା ଚଳାଇଛନ୍ତି । ଚିନ୍ତନ ଶିବିରରେ ଜି-୨୩ର ପ୍ରମୁଖ ନେତା କପିଲ ଶିବଲ ଭାଗ ନେଇଥିବାବେଳେ ଗୁଲାମନବୀ ଯୋଗ ଦେଇଥିଲେ । ଏହି ଅବସରରେ ସୋନିଆ ଓ ଆଜାଦଙ୍କ ଭିତରେ ବେଶ୍ କିଛି ସମୟ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟସଭା କଥା ଆଲୋଚନା ହୋଇଥିବା କୁହାଯାଉଛି ।