ପୁଣି ଫେରିଲାଣି କରୋନା, ଏଇ ସହରରେ ଲକ୍ଡାଉନ୍
ପୁଣି ଫେରିଲାଣି କରୋନା, ଏଇ ସହରରେ ଲକ୍ଡାଉନ୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବାବେଳେ ପୁଣି ଦୁଇବର୍ଷ ପରେ ଚାଇନାକୁ ଫେରିଛି କରୋନା । ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ ନୀତି ଏକ ବିଫଳତା ବୋଲି ପ୍ରମାଣ ହେଉଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୨ହଜାର ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ ଚାଇନାର ଆର୍ଥିକ ରାଜଧାନୀ ସାଂଘାଇ ସମେତ ୫ଟି ସହରରେ ଲକଡାଉନ୍ ଘୋଷଣା କରାଯାଇଛି ।
ଚାଇନାର ପ୍ରାୟ ୧୨,୦୦୦ ସରକାରୀ ହସ୍ପିଟାଲରେ ନୂଆ ଆକ୍ରାନ୍ତଙ୍କ ପାଇଁ ଆଉ ବେଡ୍ ନାହିଁ । କରୋନାର ପ୍ରଥମ ଲହର ସମୟରେ ଚାଇନାରେ କଡା ଲକ୍ଡାଉନ ଲାଗୁ ହୋଇଥିଲା । ଏହା ଅନ୍ତର୍ଗତ ଗୋଟିଏ ମାମଲା ଚିହ୍ନଟ ହେଲେ ସମଗ୍ର ସହରରେ ଲକଡାଉନ ଘୋଷଣା କରାଯାଇଥିଲା । ଏଭଳି ପରିସ୍ଥିତିରେ ଚିକିସôା ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିଥିଲା ।
ସୂଚନା ଥାଉକି ଚାଇନାରେ ୮୮ପ୍ରତିଶତରୁ ଅଧିକ ଜନସଂଖ୍ୟାଙ୍କୁ କରୋନା ଟିକାର ଉଭୟ ଡୋଜ ଦିଆଯାଇଛି ।




admin 