ଯୁଦ୍ଧରେ ଅଦ୍ୟାବଧି ୟୁକ୍ରେନ୍ର ୪୨.୮୪ ଲକ୍ଷ କୋଟିର କ୍ଷତି
ଯୁଦ୍ଧରେ ଅଦ୍ୟାବଧି ୟୁକ୍ରେନ୍ର ୪୨.୮୪ ଲକ୍ଷ କୋଟିର କ୍ଷତି
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୫ ଦିନରେ ପହଞ୍ଚିଛି । ଦ୍ୱତୀୟ ବିଶ୍ୱ ଯୁଦ୍ଧ ପରେ ବିଶ୍ୱ ଦେଖୁଥିବା ଏହା ଦ୍ୱିତୀୟ ବୃହତ ଯୁଦ୍ଧ । ଏହି ଯୁଦ୍ଧ ଯୋଗୁ ଅନେକ ଧନଜୀବନର କ୍ଷତି ହୋଇଛି । ଋଷ ଆକ୍ରମଣ ଯୋଗୁ ୟୁକ୍ରେନରେ ବର୍ତ୍ତମାନ ସୁଦ୍ଧା ୫୬୫ବିଲିୟନ ଡଲାର ଅର୍ଥାତ ୪୨.୮୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇସାରିଲାଣି । ଏହାବ୍ୟତୀତ ୧୧୯ବିଲିୟନ ଡଲାର ବା ୯ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଛି ।
ୟୁକ୍ରେନ ଅର୍ଥମନ୍ତ୍ରୀ ୟୁଲିଆ ସ୍ୱିରିଦେଙ୍କୋ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । କ୍ୱିଭ ସ୍କୁଲ ଅଫ ଇକୋନୋମିକ ଜାରି କରିଥିବା ରିପୋର୍ଟ ମୁତାବକ, ଋଷ ଆକ୍ରମଣରେ ୟୁକ୍ରେନର ୮ହଜାର ୨୬୫ କିମି ଲମ୍ବ ରାସ୍ତା ଯାହାର ମୂଲ୍ୟ ୨.୦୮ ଲକ୍ଷ କୋଟଟଙ୍କା ହେବ, ତାହା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
୧.୦୨କୋଟି ଟଙ୍କା ମୂଳ୍ୟର ୪୪୩୧ ସୁଉଚ୍ଚ ଅଟ୍ଟାଳିକା, ୬୮୧ କୋଟି ଟଙ୍କା ମୂଲ୍ୟର ୮ ବେସାମରିକ ବିମାନବନ୍ଦର, ୨୨ହଜାର ୧୫୦କୋଟି ଟଙ୍କାର ୯୨ଟି ଫ୍ୟାକ୍ଟ୍ରି, ୧୮ହଜାର ୭୦୦ କୋଟି ଟଙ୍କାର ୧୩୮ ହେଲ୍ଥ ସେଣ୍ଟର, ୧୮ହଜାର ୩୨୦ କୋଟି ଟଙ୍କାର ଗୋଟିଏ ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ, ୧୧ହଜାର କୋଟି ଟଙ୍କାର ୨୬୦ଟି ବ୍ରିଜ୍, ୪୩୫୨ କୋଟି ଟଙ୍କାର ୩୫ଟି ସରକାରୀ ବିଲ୍ଡିଂ ଏବଂ ୧୪୨୫ କୋଟି ଟଙ୍କାର ୧୧ଟି ସପିଂ ମଲ୍ ନଷ୍ଟ ହୋଇଯାଇଛି । ଋଷ ସେନା ଆକ୍ରମଣରେ ୟୁକ୍ରେନରେ ଥିବା ୬୦ରୁ ଅଧିକ ଧାର୍ମିକସ୍ଥଳ ମଧ୍ୟ ଧ୍ୱଂସସ୍ତୁପ ପାଲଟିଛି ।




admin 