ପୁଣି ଏସ୍‌ଡିଜେଏମ୍‌ କୋର୍ଟ ଦ୍ୱାରସ୍ଥ ହେଲେ ତପସ୍ୱିନୀ

ପୁଣି ଏସ୍‌ଡିଜେଏମ୍‌ କୋର୍ଟ ଦ୍ୱାରସ୍ଥ ହେଲେ ତପସ୍ୱିନୀ

ପୁଣି ଏସ୍‌ଡିଜେଏମ୍‌ କୋର୍ଟ ଦ୍ୱାରସ୍ଥ ହେଲେ ତପସ୍ୱିନୀ

ବ୍ରହ୍ମପୁର:  ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ। ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍‌ରେ ଦର୍ଶାଇଛନ୍ତି।
ପିଟିସନ୍‌ ଦାଖଲ କରିବା ପରେ ତପସ୍ୱିନୀ କହିଛନ୍ତି, ସୁମିତ ଗତ ଚାରି ଦିନ ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି। ମୋତେ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି। ମୁଁ ଏବେ କେମିତି ଅଛି? କଣ ଖାଉଛି? ସେକଥା ଜମାରୁ ବୁଝୁନାହାନ୍ତି। ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍‌ଡିଜେଏମ୍‌ରେ ପିଟିସନ୍‌ ଦାଖଲ କରିଛି। ଏହା ପରେ ଏସ୍‌ଡିଜେଏମ୍‌ ଯାହା ନିର୍ଦ୍ଦେଶ ଦେବେ, ତାହା ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି। ତପସ୍ୱିନୀ ଆହୁରି କହିଛନ୍ତି, ଛାଡ଼ପତ୍ର ମାମଲାରେ ଫ୍ୟାମଲି କୋର୍ଟରେ ହାଜର ହେବା ପାଇଁ ଆଜି ତାରିଖ ଥିଲା। ହେଲେ ସୁମିତ ଆସିଲେ ନାହିଁ। ମୁଁ ଯାଇ ଦସ୍ତଖତ ମାରି ଆସିଲି ବୋଲି ତପସ୍ୱିନୀ କହିଛନ୍ତି।
ଦିନକୁ ଦିନ ଜଟିଳ ହେଉଛି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ଜୀବନ। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ। ହେଲେ ତାହା ହୋଇନଥିଲା।
ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ। ଯାହା ଯାଇଛନ୍ତି ଯେ ଯାଇଛନ୍ତି। ଆଉ ଫେରିନାହାନ୍ତି।