ପିମ୍ପୁଡ଼ି ବାହାରିବାରୁ ବଦଳିଲା ବିମାନ
ପିମ୍ପୁଡ଼ି ବାହାରିବାରୁ ବଦଳିଲା ବିମାନ
ନୂଆଦିଲ୍ଲୀ: ପିମ୍ପୁଡ଼ି ବାହାରିବାରୁ ବଦଳାଇବାକୁ ପଡ଼ିଛି ବିମାନ। ସୋମବାର ଏହି ଘଟଣା ଘଟିଛି। ନୂଆଦିଲ୍ଲୀରୁ ଲଣ୍ଡନ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆର ଏ୧-୧୧୧ ବିମାନର ବିଜନେସ କ୍ଲାସରୁ ପିମ୍ପୁଡ଼ି ବାହାରି ଥିଲା। ଏହା ଜଣାପଡ଼ିବା ପରେ କଂପାନି ସେହି ବିମାନର ଉଡ଼ାଣକୁ ରଦ୍ଦ କରିଥିଲା ଓ ତାହା ସ୍ଥାନରେ ଏକ ଅଲଗା ବିମାନ ଆଣିଥିଲା । ସେହି ବିମାନରେ ଭୁଟାନର ରାଜା ଜିଗମେ ଖେସର ନାମଜୟେଲ ୱାଙ୍ଗଚୁକ ପୁଅ ଜିଗମେ ନାମଜିୟେଲ ୱାଙ୍ଗଚୁକ ଜଣେ ଯାତ୍ରୀ ଥିଲେ । ପୂର୍ବରୁ ଗତ ମେ’ ମାସରେ ଏୟାର ଇଣ୍ଡିଆର ଦିଲ୍ଲୀ-ଆମେରିକା ରୁଟରେ ଯାତ୍ରା କରିବାକୁ ଥିବା ଏକ ବିମାନରୁ ବାଦୁଡ଼ି ବାହାରିଥିଲା । ବିମାନରେ ବାଦୁଡ଼ି ଥିବା ବିଷୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ପାଇଲଟ ଜଣାଇଥିଲେ । ଏହା ପରେ ବିମାନଟି ଇନ୍ଦୀରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରକୁ ଫେରିଆସିଥିଲା। ଉଡ଼ାଣର ଅଧ ଘଣ୍ଟା ପରେ ବିମାନର କ୍ରୁ ସଦସ୍ୟମାନେ ବାଦୁଡ଼ିକୁ ଠାବ କରିଥିଲେ ।




admin 