ପିଆଜ ଛୁଇଁଲା ୧୪୦

ପିଆଜ ଛୁଇଁଲା ୧୪୦

ପିଆଜ ଛୁଇଁଲା ୧୪୦
କଟକ: କଟକ ଛତ୍ରବଜାରରେ ପିଆଜ ଦର ଛୁଇଁଲା ୧୪୦ ଟଙ୍କା । ୨ ଦିନ ତଳେ ଛତ୍ରବଜାରରେ ପିଆଜ ଦର ଥିଲା ୧୦୦ ଟଙ୍କା । ଆଚି ସହରର ଅଧିକାଂଶ ଦୋକାନରୁ ପିଆଜ ଉଭାନ ହୋଇଯାଇଛି । ଆଜି ବଜାାରେ ପ୍ରାୟ ଦୋକାନରେ ପିଆଜ ମିଳୁନାହିଁ । ଯେଉଁ ଦୋକାନରୁ ପିଆଜ ମିଳୁଛି କେଜି ପିଛା ୧୪୦ ଟଙ୍କା । ପିଆଜ ଦର ଏବେ ଲୋକଙ୍କ ଚିନ୍ତାର କାରଣ ହୋଇଛି । ଆଜି ରାଜ୍ୟର ବିଭିନ୍ନ ଖୁଚୁରା ବଜାରରେ ପିଆଜ ଦର ୧୪୦ ଟଙ୍କାରେ ପହଂଚିଛି । ଏଭଳି ଦର ଶୁଣି ଲୋକେ କାନମୁଣ୍ଡା ଆଉଁସି ଘରକୁ ଫେରୁଛନ୍ତି ।