ପାକିସ୍ଥାନ ଟୁଇଟର ଜବାବ ଦେଲେ ଧର୍ମେନ୍ଦ୍ର ଓ ସସ୍ମିତ ପାତ୍ର

ପାକିସ୍ଥାନ ଟୁଇଟର ଜବାବ ଦେଲେ ଧର୍ମେନ୍ଦ୍ର ଓ ସସ୍ମିତ ପାତ୍ର

ପାକିସ୍ଥାନ ଟୁଇଟର ଜବାବ ଦେଲେ ଧର୍ମେନ୍ଦ୍ର ଓ ସସ୍ମିତ ପାତ୍ର
ଭୁବନେଶ୍ୱର – ବଡ଼ଦିନ ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିବା ସହିତ ହିନ୍ଦୁତ୍ୱ କଥା ଉଠାଇଥିଲେ। ଓଡ଼ିଶାର ଧର୍ମ ନିରପେକ୍ଷ ଭାବନାକୁ ନେଇ ପ୍ରଶ୍ନ ଉଠାଇ ଟୁଇଟ୍ କରିଥିଲେ ପାକ୍ ସେନା ମୁଖପାତ୍ର। ଯାହାକୁ ନେଇ ରାଜ୍ୟ ସମେତ ସାରା ଦେଶରେ ବିରୋଧ ଦେଖାଦେଇଛି। ଏହାର କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଗଫୁରଙ୍କ ଟୁଇଟର ଜବାବ ଦେଇ ଧର୍ମେନ୍ଦ୍ର କହିଛନ୍ତି, ନିଜ ଦେଶରେ ଥିବା ଖ୍ରୀଷ୍ଟିଆନଙ୍କୁ ହତ୍ୟା କରିବା ପରେ ଏବେ ପାକିସ୍ତାନ ପଡ଼ୋଶୀଙ୍କ ପାଇଁ ଚିନ୍ତିତ। ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ୍ କରି କହିଛନ୍ତି, ଓଡ଼ିଶାରେ ଖ୍ରୀଷ୍ଟିଆନ ମାନେ ସୁରକ୍ଷିତ ଓ ସଶକ୍ତ। ପାକିସ୍ତାନ ଭଳି ହତ୍ୟାର ଶିକାର ହେଉନାହାନ୍ତି।