ପାକିସ୍ତାନର ବିଜୟରେ ହ୍ବାସ୍‌ଆପ୍‌ ଷ୍ଟାଟସ୍‌ ବଦଳାଇ ଚାକିରି ହରାଇଲେ ଶିକ୍ଷୟିତ୍ରୀ

ପାକିସ୍ତାନର ବିଜୟରେ ହ୍ବାସ୍‌ଆପ୍‌ ଷ୍ଟାଟସ୍‌ ବଦଳାଇ ଚାକିରି ହରାଇଲେ ଶିକ୍ଷୟିତ୍ରୀ

ପାକିସ୍ତାନର ବିଜୟରେ ହ୍ବାସ୍‌ଆପ୍‌ ଷ୍ଟାଟସ୍‌ ବଦଳାଇ ଚାକିରି ହରାଇଲେ ଶିକ୍ଷୟିତ୍ରୀ

ଜୟପୁର: ପାକିସ୍ତାନର ବିଜୟରେ ଖୁସି ହେବା ପଡ଼ିଲା ମହଙ୍ଗା। ଚାକିରିରୁ ବିଦା ହେଲେ ଶିକ୍ଷୟିତ୍ରୀ। ରାଜସ୍ଥାନର ଉଦୟପୁରରେ ଘଟିଛି ଏହି ଘଟଣା। ଏଥିରେ ଖୁବ୍ ଖୁସି ହୋଇଯାଇଥିଲେ ଉଦୟପୁରର ନୀରଜା ମୋଦି ସ୍କୁଲ୍ର ଶିକ୍ଷୟିତ୍ରୀ ନଫୀସା ଅଟାରୀ। ସେ ତାଙ୍କ ଖୁସିକୁ ଜାହିର କରିବା ପାଇଁ ନିଜ ହ୍ୱାଟ୍ସଆପ୍ ଷ୍ଟାଟସ ବଦଳାଇ ଦେଇଥିଲେ। ସେ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ପାକିସ୍ତାନୀ ଖେଳାଳିଙ୍କ ଫଟୋ ଦେବା ସହିତ ଆମେ ଜିତିଗଲୁ ବୋଲି ଲେଖିଥିଲେ।

ନଫୀସାଙ୍କ ଏହି ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଖି ତାଙ୍କୁ ସ୍କୁଲ୍ର ଜଣେ ଛାତ୍ରଙ୍କ ଅଭିଭାବକ ପଚାରିଥିଲେ ଯେ ସେ କ’ଣ ପାକିସ୍ତାନକୁ ସମର୍ଥନ କରନ୍ତି। ଏହାର ଜବାବରେ ନଫୀସା ହଁ କହିଥିଲେ।

ଏହା ପରେ ନଫୀସାଙ୍କ ଷ୍ଟାଟସ ଓ ତାଙ୍କ ପ୍ରତିକ୍ରିୟାର ସ୍କ୍ରିନ୍ଶଟ୍ ହ୍ୱାଟ୍ସଆପ୍ରେ ଭାଇରାଲ ହୋଇଥିଲା। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଏ କଥା ଆସିବା ପରେ ସେମାନେ ନଫୀସାଙ୍କୁ ତତ୍କ୍ଷଣାତ୍ ଚାକିରିରୁ ବହିଷ୍କାର କରି ଦେଇଥିଲେ।

ସୂଚନାଯୋଗ୍ୟ, ନୀରଜା ମୋଦି ସ୍କୁଲ୍ ଏକ ଘରୋଇ ଅନୁଷ୍ଠାନ। ଏହା ସୋଜିତିଆ ଚ୍ୟାରିଟେବଲ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ।