ବଦଳି ଗଲେଣି ନବୀନ : ସୌମ୍ୟଙ୍କ ବିସ୍ଫୋରକ ମନ୍ତବ୍ୟ

ବଦଳି ଗଲେଣି ନବୀନ : ସୌମ୍ୟଙ୍କ ବିସ୍ଫୋରକ ମନ୍ତବ୍ୟ

ବଦଳି ଗଲେଣି ନବୀନ : ସୌମ୍ୟଙ୍କ ବିସ୍ଫୋରକ ମନ୍ତବ୍ୟ

ଭୁବନେଶ୍ୱର : ପୁଣି ଥରେ ବିଜେଡ଼ି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  । ନବୀନଙ୍କ ଦୁର୍ନୀତିମୁକ୍ତ ଆଭିମୁଖ୍ୟ ଉପରେ ସୌମ୍ୟରଂଜନ ପରୋକ୍ଷରେ ପ୍ରଶ୍ନ ଉଠାଇବା ସହ ସେ ବଦଳି ଯାଇଛନ୍ତି ବୋଲି ପରୋକ୍ଷରେ ଚେତାଇ ଦେଇଛନ୍ତି  । ସୌମ୍ୟଙ୍କ ସମ୍ପାଦକୀୟକୁ ନେଇ ଏବେ ବିଜେଡ଼ି ଶିବିରରେ ଆଲୋଡନ ସୃଷ୍ଟିହୋଇଛି  ।

ସେ ନିଜ ସମ୍ପାଦକୀୟରେ ଉଲ୍ଲେଖ କରିଛନ୍ତିଯେ, ନବୀନବାବୁଙ୍କୁ ଭଲ ପାଉଥିବା ଓଡ଼ିଶାବାସୀ କେବେ ଚାହାନ୍ତି ନାହିଁଯେ, ସେ ବଦଳି ଯାଆନ୍ତୁ  । ତାଙ୍କ ଶାସନର ପ୍ରଥମ ଦଶ ବର୍ଷ ଭିତରେ ଯେଉଁ କଥାଗୁଡ଼ିକ ପାଇଁ ସେ ଅନ୍ୟ ରାଜନେତାଙ୍କ ଠାରୁ ଭିନ୍ନ ହୋଇ ଓଡ଼ିଶାବାସୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ  । କିନ୍ତୁ ପରବର୍ତୀ ଦଶ ବର୍ଷରେ ସେ ଜୁଆରରେ ଭଟ୍ଟା ପଡିଛି  । ସ୍ୱଚ୍ଛତା ଓ ଦୁର୍ନୀତିପ୍ରତି ନବୀନ ବାବୁଙ୍କ ଶୂନ୍ୟ ସହନଶୀଳତା ସଂକୁଚିତ ହୋଇଯାଇଛି  । ବାରମ୍ବାର ମିଳୁଥିବା ସହଜ ସଫଳତା ଆଜି ଅହଙ୍କାରର ରୂପ ନେଇଛି  । ଏହି ଅହଙ୍କାର ‘ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ ସଂକୋଚନର ମୂଳ କାରଣ ହୋଇଛି  । ପ୍ରଭାବଶାଳୀ ଓ କ୍ଷମତାସୀନ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାପାଇଁ ପୁଲିସ ଅଧିକ ତତ୍ପର ହୋଇପଡ଼ିଛି ବୋଲି ସୌମ୍ୟ ଉଲ୍ଲେଖ କରିଛନ୍ତି  ।