ପଶ୍ଚିମ ଦିଗବଳୟରେ ବିରଳ ଗ୍ରହ ସମାବେଶର ଏକ ମହାଜାଗତିକ ଦୃଶ୍ୟଦେଖିବାକୁ ମିଳିବ

ପଶ୍ଚିମ ଦିଗବଳୟରେ ବିରଳ ଗ୍ରହ ସମାବେଶର ଏକ ମହାଜାଗତିକ ଦୃଶ୍ୟଦେଖିବାକୁ ମିଳିବ

ପଶ୍ଚିମ ଦିଗବଳୟରେ ବିରଳ ଗ୍ରହ ସମାବେଶର ଏକ ମହାଜାଗତିକ ଦୃଶ୍ୟଦେଖିବାକୁ ମିଳିବ
ଭୁବନେଶ୍ୱର: ପଶ୍ଚିମ ଦିଗବଳୟରେ ବିରଳ ଗ୍ରହ ସମାବେଶର ଏକ ମହାଜାଗତିକ ଦୃଶ୍ୟଦେଖିବାକୁ ମିଳିବ । ସମସ୍ତେ ଏହାକୁ ଖାଲି ଆଖିରେ ଦେଖିପାରିବେ । ଭୁବନେଶ୍ୱର ପଠାଣିସାମନ୍ତ ପ୍ଲାନେଟୋରିୟମ ଉପନିଦେ୍ର୍ଧଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଏହି ପ୍ରକି୍ରୟା ୧୭ ତାରିଖଠାରୁ ଆରମ୍ଭ ହୋଇ ମେ’୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି । ଡ.ପଟ୍ଟନାୟକ ଦେଇଥିବା ସୂଚନା ଅନୁସାରେ ଆସନ୍ତା ୨୫ ତାରିଖ ଯାଏ ସବୁଦିନ ରାତିରେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିହେବ । ଇଂରାଜୀରେ ଏହାକୁ ପ୍ଲାନେଟ ପରେଡ କୁହାଯାଏ । ଏହାକୁ ଗ୍ରହ ସମାବେଶ କୁହାଯାଏ । ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଛନ୍ତି । ଏହି ୮ଟି ଗ୍ରହ ମଧ୍ୟରୁ ପୃଥିବୀକୁ ଛାଡ଼ି ସାଧାରଣତଃ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିହୁଏ । ସାଧାରଣତଃ ବୁଧଗ୍ରହକୁ ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ । ଗତ ଦୁଇ ତିନି ଦିନ ଧରି ଭୁବନେଶ୍ୱର ଆକାଶରେ ବୁଧ ଗ୍ରହ ଏକ ଘଣ୍ଟା ଧରି ଖୁବ ଉଜ୍ଜ୍ୱଳ ଦେଖାଯାଇଥିଲା । ଆସନ୍ତା ଏକ ସପ୍ତାହ ଧରି ସୂର୍ଯ୍ୟାସ୍ତ ପରେ ବୁଧ ଗ୍ରହ ପଶ୍ଚିମ ଦିଗବଳୟର ପ୍ରାୟ ୨୦ ଡିଗ୍ରୀ ଉପରେ ଦେଖାଯାଇ ପ୍ରାୟ ଏକ ଘଣ୍ଟା ପରେ ଅସ୍ତ ହେବ । ସେହି ସମୟରେ ବୁଧ ଗ୍ରହ ତଳକୁ ପଶ୍ଚିମ ଦିଗବଳୟର ନିକଟରେ ଉଜ୍ଜଳ ଶୁକ୍ର ଗ୍ରହ ଏବଂ ମୁଣ୍ଡ ଉପରକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହକୁ ଦେଖିହେବ ।