ତେଲଙ୍ଗାନାର ଜଣେ ଛାତ୍ର ଘର ଅଭାବରୁ ଗଛ ଉପରେ ୧୧ ଦିନର ସଙ୍ଗରୋଧ

ତେଲଙ୍ଗାନାର ଜଣେ ଛାତ୍ର ଘର ଅଭାବରୁ ଗଛ ଉପରେ ୧୧ ଦିନର ସଙ୍ଗରୋଧ

ତେଲଙ୍ଗାନାର ଜଣେ ଛାତ୍ର ଘର ଅଭାବରୁ ଗଛ ଉପରେ ୧୧ ଦିନର ସଙ୍ଗରୋଧ
ହାଇଦ୍ରାବାଦ: କୋଭିଡ କାଳରେ ସଙ୍ଗରୋଧରେ ରହିବାରେ ଅନେକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଅତିରିକ୍ତ ଘର ଅଭାବରୁ କିଏ ରୋଷେଇ ଘରେ ତ କିଏ ପାଇଖାନାରେ ପୃଥକ ରହିବାକୁ ବାଧ୍ୟ ହେଉଛି । ଏଭଳି ଏକ ଘଟଣାକ୍ରମେ ତେଲଙ୍ଗାନାର ଜଣେ ୧୮ ବର୍ଷୀୟ ଛାତ୍ର ଘର ଅଭାବରୁ ଗଛକୁ ନିଜର ସଙ୍ଗରୋଧ ଗୃହରେ ପରିଣତ କରି ଏବେ ଚର୍ଚ୍ଚାକୁ ଆସିଛି । ଗଛ ଉପରେ ମଞ୍ଚା ବାନ୍ଧି ଏହି ଛାତ୍ର ଜଣକ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ଦିନ ବିତାଇଛି । ତାଙ୍କ ଘର ନାଲଗୋଣ୍ଡା ଜିଲ୍ଲା ଅନ୍ତର୍ଗତ କୋଠନନ୍ଦିକୋଣ୍ଡାର ଏକ ଆଦିବାସୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଘଟଣାଟି ଏହିଭଳି, ଶିବା ନାମକ ଏହି ଛାତ୍ର ଜଣକ ଚଳିତ ମାସ ୪ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଗ୍ରାମ ନିକଟରେ କୌଣସି କୋଭିଡ କେନ୍ଦ୍ର ନଥିବାରୁ ତାଙ୍କୁ ଘରେ ପୃଥକ ରହିବା ପାଇଁ ଗ୍ରାମର ସ୍ୱେଚ୍ଛାସେବୀମାନେ କହିଥିଲେ । କିନ୍ତୁ ଅଧିକ ବା ପୃଥକ ଘର ନଥିବାରୁ ଉପାୟଶୂନ୍ୟ ହୋଇପଡ଼ିଥିଲେ ଶିବା । ଶେଷରେ ଗଛ ଉପରେ ହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗଛରେ ବାଉଁଶ ସାହାଯ୍ୟରେ ଏକ ମଞ୍ଚା ବାନ୍ଧିଥିଲେ । ସେହିଠାରେ ୧୧ ଦିନ ଧରି ବିତାଇଥିଲେ । ଶେଷରେ କୋଭିଡରୁ ମୁକ୍ତି ପାଇଥିଲେ ।