ପରୀକ୍ଷା କେନ୍ଦ୍ର ସହର ପରିବର୍ତ୍ତନ କରିପାରିବେ ସିବିଏସ୍ଇ ପରୀକ୍ଷାର୍ଥୀ
ପରୀକ୍ଷା କେନ୍ଦ୍ର ସହର ପରିବର୍ତ୍ତନ କରିପାରିବେ ସିବିଏସ୍ଇ ପରୀକ୍ଷାର୍ଥୀ
ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦଶମ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ତେବେ ମାଇନର ବିଷୟଗୁଡ଼ିକ ଲାଗି ନଭେମ୍ବର ୧୭ରୁ ଦ୍ୱାଦଶ ଏବଂ ନଭେମ୍ବର ୧୬ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ତା’ର ସମୟ ସାରଣୀ ସ୍କୁଲଗୁଡ଼ିକୁ ପଠାଇ ଦିଆଯିବ। ସ୍ଲକୁଗୁଡ଼ିକ ସେହିସବୁ ବିଷୟଗୁଡ଼ିକର ପରୀକ୍ଷା ପରିଚାଳନା କରିବେ। ପରୀକ୍ଷାର୍ଥୀମାନେ ସିବିଏସଇ ୱେବସାଇଟରେ ପରୀକ୍ଷାର ତାରିଖ ଓ ସମୟସୂଚୀ ଦେଖିପାରିବେ ।
ତେବେ କରୋନା ସଂକ୍ରମଣ ଏବେ ବି କମି ନ ଥିବାରୁ କେତେକ ରାଜ୍ୟରେ ଛାତ୍ରଛାତ୍ରୀ ପଢ଼ୁଥିବା ସ୍କୁଲକୁ ଫେରି ପାରି ନାହାନ୍ତି । ନିଜ ଘରେ ରହି ଅନଲାଇନରେ ଶିକ୍ଷା ଗ୍ରହଣ କରୁଛନ୍ତି । ତାହାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଛାତ୍ରଛାତ୍ରୀ ନିଜ ପରୀକ୍ଷା କେନ୍ଦ୍ର ସହର ପରିବର୍ତନ କରିପାରିବେ। ନିଜେ ରହୁଥିବା ସହରର ପରୀକ୍ଷା କେନ୍ଦ୍ରକୁ ଚୟନ କରିବେ। ସିବିଏସଇ ଦ୍ୱାରା ଜାରି ହୋଇଥିବା ନିର୍ଦେଶାବଳିକୁ ସ୍କୁଲଗୁଡ଼ିକ ମାନିବା ସହ ଅନଲାଇନ ମାଧ୍ୟମରେ ସିବିଏସଇକୁ ଅନୁରୋଧ କରିପାରିବେ । ସମସ୍ତ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତୃପକ୍ଷ ନିୟମିତ ଭାବେ ସିବିଏସଇ ୱେବସାଇଟ ସଂଯୋଗରେ ରହିବେ। ଏ ସମ୍ପର୍କରେ ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ସହ ଏକ ନିର୍ଦ୍ଧାରିତ ସମୟ ଦିଆଯିବ । ଉକ୍ତ ସମୟ ମଧ୍ୟରେ ଛାତ୍ରଛାତ୍ରୀ ନିଜର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ପାଇଁ ଆବେଦନ କରିପାରିବେ । ଧାର୍ଯ୍ୟ ସମୟ ପରେ ଆସୁଥିବା କୌଣସି ବି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।




admin 