ତାଲିବାନୀ ବର୍ବରତା, ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଲା
ତାଲିବାନୀ ବର୍ବରତା, ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଲା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ବର୍ବରତା ଆରମ୍ଭ ହୋଇଛି। ତାଲିବାନ ସରକାରକୁ ଆସିବା ପରେ ମହିଳା ଖେଳାଳିଙ୍କ ଉପରେ ତା’ର ଅତ୍ୟାଚାର ବଢ଼ି ଚାଲିଛି। ଆଫଗାନିସ୍ତାନ ଜାତୀୟ କନିଷ୍ଠ ମହିଳା ଭଲିବଲ ଦଳର ସଦସ୍ୟ ଥିବା ଜଣେ ଖେଳାଳିଙ୍କ ମୁଣ୍ଡ କାଟି ହତ୍ୟା କରିଥିବାର ଅଭିଯୋଗ ତାଲିବାନ ସରକାର ବିରୋଧରେ ଆସିଛି । ମୃତ୍ୟୁ ହୋଇଥିବା ଖେଳାଳି ଜଣକ ହେଲେ ମାହଜାବିନ ହାକିମ। ନିଜ ନାମ ଗୋପନ ରଖି ଏକ ସାକ୍ଷାତକାରରେ ଏହା କହିଛନ୍ତି ଜଣେ ପ୍ରଶିକ୍ଷକ। କିଛି ଦିନ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ କେହି ଏହି ବିଷୟରେ ଜାଣିନଥିଲେ । କାରଣ ଏହି ବିଷୟରେ କାହାକୁ ନ କହିବାକୁ ହାକିମ ପରିବାରକୁ ଭୟଭୀତ କରିଥିଲେ ତାଲିବାନୀ । ମୃତୁ୍ୟ ପୂର୍ବରୁ ମାହଜାବିନ କାବୁଲ ମୁ୍ୟନିସିପାଲଟି ଭଲିବଲ କ୍ଲବରୁ ଖେଳୁଥିଲେ ଏବଂ ସେ ଜଣେ ତାରକା ଖେଳାଳି ଥିଲେ କିନ୍ତୁ କିଛି ଦିନ ତଳେ ତାଙ୍କର କଟାମୁଣ୍ଡ ଶବ ମିଳିଥିଲା ।




admin 