ପରାଜିତ ପ୍ରାର୍ଥୀଙ୍କ ସଂସାର ଉଜୁଡ଼ିଗଲା
ପରାଜିତ ପ୍ରାର୍ଥୀଙ୍କ ସଂସାର ଉଜୁଡ଼ିଗଲା
ଭୁବନେଶ୍ୱର : ଏମିତି ଏକ ଅଭାବନୀୟ ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟିକରିଛି । ବିଜୟୀ ପ୍ରାର୍ଥୀ କମେଂଟ ମାରିବାରୁ ପରାଜିତ ପ୍ରାର୍ଥୀ ବିଷ ପିଇ ଦେଇଛନ୍ତି । ଅପରପକ୍ଷରେ ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ନିର୍ବାଚନରେ ହାରଜିତ ଅଛି । ଯେଉଁଥିପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହାରିବା ପ୍ରାର୍ଥୀ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଉଥିବାବେଳେ ପରାଜିତ ପ୍ରାର୍ଥୀଙ୍କୁ ବୋଧ ଦେଇଥା’ନ୍ତି ବିଜୟୀ ପ୍ରାର୍ଥୀ । କିନ୍ତୁ କେତେକ ସ୍ଥାନରେ ନିର୍ବାଚନରେ ହାରିଯିବା ପରେ ଟାହିଟାପରା ଶୁଣିବାକୁ ପଡ଼ିଥାଏ । ତେବେ ଏଭଳି ଏକ ଟାହିଟାପରା ଯୋଗୁଁ ଜଣେ ପରାଜିତ ପ୍ରାର୍ଥୀଙ୍କ ଘର ଉଜୁଡ଼ି ଯାଇଛି ।
ଘଟଣାଟି ଏମିତି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଂଚାୟତରେ ସୁମତି ପରିଡ଼ା ନାମ୍ନୀ ଜଣେ ମହିଳା ସମିତି ସଭ୍ୟା ପ୍ରାର୍ଥୀ ଭାବେ ଲଢ଼ୁଥିଲେ । କିନ୍ତୁ ନିର୍ବାଚନରେ ସେ ହାରି ଯାଇଥିଲେ । ହାରିଯାଇଥିବାରୁ ତାଙ୍କ ଘର ଆଗରେ ବିଜୟୀ ପ୍ରାର୍ଥୀ ଟାହିଟାପରା କରି କଥାବାର୍ତା କରିଥିଲେ । ଫଳରେ ସୁମତିଙ୍କ ସ୍ୱାମୀ ରମାକାନ୍ତ ଘରେ ଯାଇ ଗଣ୍ଡଗୋଳ କରିଥିଲେ । ତୁ କାହିଁକି ପ୍ରାର୍ଥୀ ହୋଇଥିଲୁ ବୋଲି ପଚାରିଥିଲେ । ଏଥିରେ ବ୍ୟଥିତ ହୋଇ ସୁମତି ସାଙ୍ଗେ ସାଙ୍ଗେ ବିଷ ପିଇଦେଇଥିଲେ। ବିଷ ପିଇ ସେ ଗୁରୁତର ହୋଇପଡ଼ିବାରୁ ଦୁଃଖରେ ଭାଙ୍ଗିଯାଇ ରମାକାନ୍ତ ଦଉଡ଼ିରେ ଫାଶି ଲଗାଇ ଝୁଲି ପଡ଼ିଥିଲେ । ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ତୁରନ୍ତ ହସପିଟାଲରେ ଭର୍ତି କରାଯାଇଥିଲା । ରମାକାନ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଅପରପକ୍ଷରେ ସୁମତି ଗୁରୁତର ହୋଇପଡ଼ିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଉଛି ।




admin 