କଂଗ୍ରେସର ୫ ଘଣ୍ଟିଆ ମାନସ ମନ୍ଥନ
କଂଗ୍ରେସର ୫ ଘଣ୍ଟିଆ ମାନସ ମନ୍ଥନ
ନୂଆଦିଲ୍ଲୀ: ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସକୁ ଶକ୍ତା ଧକ୍କା ଲାଗିଛି । ତରବରିଆ ଭାବେ ରବିବାର କଂଗ୍ରେସ ୱାର୍କିଂ କମିଟି ବୈଠକ ଡାକିଥିଲା । ଏଥିରେ ୫ ରାଜ୍ୟର ପରାଜୟ ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ପ୍ରାୟ ୫ ଘଣ୍ଟା ଧରି ମାନସ ମନ୍ଥନ ଚାଲିଲା । ହେଲେ ଶେଷରେ ନିର୍ଯାସ ବାହରିଲା ଯେ ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ହିଁ କଂଗ୍ରେସର ମଙ୍ଗ ସମ୍ଭାଳିବେ । ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ସୋନିଆ । ତାଙ୍କ ନେତୃତ୍ୱରେ ଦଳ ଆଗେଇବ । ଯଦିଓ ଆନନ୍ଦ ଶର୍ମା ଓ ଗୁଲାମନବୀ ଆଜାଦଙ୍କ ଭଳି କିଛି ହାତଗଣତି ଅସନ୍ତୁଷ୍ଟ ନେତା ବୈଠକରେ ମୁକୁଲ ୱାସନିକଙ୍କୁ ଏଆଇସିସି ମୁଖ୍ୟ କରିବା ନେଇ ପ୍ରସ୍ତାବ ଦେଇଥିଲେ । ମାତ୍ର ସମସ୍ତେ ଏ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । ବରଂ ସମସ୍ତେ ଗାନ୍ଧି ପରିବାର ପଛରେ ସମର୍ଥନ ଜଣାଇଥିଲେ । ଗାନ୍ଧି ପରିବାର ହିଁ କଂଗ୍ରେସକୁ ରକ୍ଷା କରିପାରିବ ବୋଲି ଅଧିକାଂଶ ନେତା ଯୁକ୍ତି ବାଢ଼ିଥିଲେ । ଏପରିକି ରାହୁଲ ଗାନ୍ଧି ପୁଣି ଥରେ କଂଗ୍ରେସ ମଙ୍ଗ ସମ୍ଭାଳିବା ନେଇ ଅଶୋକ ଗେହଲଟଙ୍କ ସମେତ ଦଳର ବହୁ ନେତା ଯୁକ୍ତି ରଖିଥିଲେ ।
ବୈଠକ ଆରମ୍ଭରେ ସୋନିଆ ଗାନ୍ଧି କହିଥିଲେ, କଂଗ୍ରେସକୁ ମଜବୁତ କରିବା ପାଇଁ ଗାନ୍ଧି ପରିବାର କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ । ଏପରିକି ଯଦି ଦଳର ସ୍ୱାର୍ଥ ପାଇଁ ସେ, ରାହୁଲ ଏବଂ ପ୍ରିୟଙ୍କା ନିଜର ସବୁ ପଦପଦବୀରୁ ଇସ୍ତଫା ଦେବାକୁ ପଛଘୁଂଚା କରିବେ ନାହିଁ । ଏଥିରେ ମନରେ ଟିକିଏ ବି ଦୁଃଖ ରହିବ ନାହିଁ । କଂଗ୍ରେସ ମଜୁବତ ହେବା ଦରକାର । ମାତ୍ର ସୋନିଆଙ୍କ ଏଭଳି ପ୍ରସ୍ତାବକୁ ପୂରା କମିଟି ଖାରଜ କରିଦେଇଥିଲା । ସମସ୍ତେ ଏକ୍ ସ୍ୱରରେ କହିଥିଲେ, ଗାନ୍ଧି ପରିବାର ବିନା କଂଗ୍ରେସ ବଂଚିପାରିବନି । ସୋନିଆ, ରାହୁଲ ଦଳ ପାଇଁ ଅନେକ କିଛି କରିଛନ୍ତି ।
ବିଭିନ୍ନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୈଠକରେ ସୋନିଆ କହିଥିଲେ, ପରାଜୟ ପରେ ଅନେକ କଥା ଉଠିଛି । ମାତ୍ର ନିର୍ବାଚନୀ ପ୍ରଚାରବେଳେ ଅନେକ ବଡ଼ ନେତାଙ୍କ ଦେଖା ନଥିଲା । କେବଳ ସଚିନ ପାଇଲଟ ହିଁ ଦଳର କଥା ମାନି ସବୁଠି ପ୍ରଚାରକ ଯାଇଥିଲେ । ଏଥିପାଇଁ ସେ ସଚିନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।




admin 