ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା!

ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା!

ପୋଲିସ ଜୁଲମରୁ ନାବାଳିକାଙ୍କ ଆତ୍ମହତ୍ୟା!

ଜଗତସିଂହପୁର: ପୋଲିସ ଜୁଲମରୁ ନାବାଳିକା ଆତ୍ମହତ୍ୟା କରିଛି । ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି। ଜଗତସିଂହପୁର ପଲି ପଞ୍ଚାୟତ ହାବେଳିରେ । ପୋଲିସର ବର୍ବରତା ଓ ନିର୍ୟାତନା ପାଇଁ ନାବାଳିକା ଆତ୍ମହତ୍ୟା କରିଥିବା ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଉତ୍ତେଜନା ସୃଷ୍ଟି ହୋଇଛି । ନାବାଳିକାଙ୍କ ମୃତଦେହ ରଖି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ବାଲିଭଉଁରୀ-ଶିଖରଘାଟ ରାସ୍ତା ଅବରୋଧ ହୋଇଛି । 

ସୂଚନା ଅନୁସାରେ ପଂଚାୟତ ନିର୍ବାଚନ ପୂର୍ବ ରାତିରେ ଗଣ୍ଡଗୋଳକୁ ନେଇ ମୃତକଙ୍କ ବାପା, ମାଆ ନାଁ’ରେ ପୋଲିସ୍ ମାମଲା କରିଥିଲା । ବାରମ୍ବାର ପୋଲିସ୍ ଘରକୁ ଆସି ଜୁଲମ କରୁଥିଲା । ରାତିରେ ପୋଲିସ୍ ଘରକୁ ଆସି କବାଟ ବାଡେଇ, ମୃତକଙ୍କ ବାପା ମାଆକୁ ଖୋଜିଥିଲା । ନାବାଳିକା ଜଣଙ୍କ କବାଟ ଖୋଲି ନଥିଲେ । ଘରକୁ ବାପା ମାଆ ଆସିଲେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ୍ କହିଥିଲେ । ପୋଲିସର ଏହି ଚାପ ପାଇଁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି। 

ଅନ୍ୟପଟେ ନାବାଳିକାର ବାପା ମା’ଙ୍କ ନାଁ’ରେ ପୂର୍ବରୁ ମାମଲା ଥିବାରୁ ସେ ଫେରାର୍ ଥିଲେ ଓ ସେଥିପାଇଁ ପୋଲିସ୍ ତାଙ୍କୁ ଖୋଜୁଥିଲା ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।