ପରମାଣୁ ପରୀକ୍ଷା ବିରୋଧୀ ଦିବସ
ପରମାଣୁ ପରୀକ୍ଷା ବିରୋଧୀ ଦିବସ
ଜାତିସଂଘ ଅଗଷ୍ଟ ୨୯କୁ ‘ପରମାଣୁ ପରୀକ୍ଷା ବିରୋଧୀ ଦିବସ’ ଭାବେ ଘୋଷଣା କରିଛି । ୨୦୦୯ରୁ ଅନ୍ତର୍ଜାତୀୟସ୍ତରରେ ଏହି ଦିବସ ପାଳନ ହୋଇଆସୁଛି । ପରମାଣୁ ପରୀକ୍ଷା ବିରୋଧୀ ଦିବସ ପାଳନ କରିବା ନିମନ୍ତେ ସର୍ବପ୍ରଥମେ କାଜାଖସ୍ତାନ ପ୍ରସ୍ତାବ ଦେଇଥିଲା । ପରେ ଜାତିସଂଘର ଅନୁମୋଦନ କ୍ରମେ ‘ପରମାଣୁ ପରୀକ୍ଷା ବିରୋଧୀ ଦିବସ’ ପାଳନ ହେଲା । ୧୯୯୧ ଅଗଷ୍ଟ ୨୯ରେ କାଜାଖସ୍ତାନ ସରକାର ନିଜ ଦେଶର ଆଣବିକ ପରୀକ୍ଷାସ୍ଥଳୀ ବନ୍ଦ କରିଦେଇଥିଲେ । ଏହି ଐତିହାସିକ ଘଟଣାକୁ ସ୍ମରଣୀୟ କରି ରଖିବା ପାଇଁ ଅଗଷ୍ଟ ୨୯ରେ ‘ପରମାଣୁ ପରୀକ୍ଷା ବିରୋଧୀ ଦିବସ’ ପାଳନ କରାଯାଉଛି । ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ରକୁ ଆଣବିକ ଯୁଦ୍ଧ ଅସ୍ତ୍ର ପରୀକ୍ଷାର ବିପଜ୍ଜନକ ଦିଗ ସମ୍ପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।




admin 