ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବେ ସତ୍ୟଭୂଷଣ ସାହୁ
ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବେ ସତ୍ୟଭୂଷଣ ସାହୁ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିବ। ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ୧୯୮୦, ୧୯୮୫ ଓ ୨୦୦୪ରେ ସେ ପଦ୍ମପୁରରୁ କଂଗ୍ରେସ ବିଧାୟକ ଥିଲେ। ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ରାଜନୈତିକ ତାତି ସରଗରମ ହେବାରେ ଲାଗିଛି।
ଧାମନଗର ଉପନିର୍ବାଚନରେ ହାରିବା ପରେ ଏବେ ବିଜେଡି ଚିନ୍ତାରେ ପଡ଼ିଛି। ତେବେ ବିଜେଡି ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରିବାରରୁ କାହାକୁ ଟିକେଟ ଦେବାର ଯଥେଷ୍ଟ ସମ୍ଭାବନା ଅଛି । ଅପରପକ୍ଷରେ ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିବ ବୋଲି ଜାଣିବାକୁ ମିଳିଛି।




admin 