ପଞ୍ଜାବ କଂଗ୍ରେସ: ସିଦ୍ଧୁଙ୍କୁ ହରିଶ ରାୱତଙ୍କ ଚେତାବନୀ

ପଞ୍ଜାବ କଂଗ୍ରେସ: ସିଦ୍ଧୁଙ୍କୁ ହରିଶ ରାୱତଙ୍କ ଚେତାବନୀ

ପଞ୍ଜାବ କଂଗ୍ରେସ: ସିଦ୍ଧୁଙ୍କୁ ହରିଶ ରାୱତଙ୍କ ଚେତାବନୀ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ନବ ନିଯୁକ୍ତ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ଅଡୁଆ ବଢ଼ୁଛି । ସିଦ୍ଧୁଙ୍କ ପରାମର୍ଶଦାତା ନିକଟରେ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ବିବାଦୀୟ ବୟାନ ପାଇଁ ସେମାନଙ୍କ ବହିଷ୍କାର କରିବାକୁ ଦାବି ଜୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ସିଦ୍ଧୁଙ୍କୁ ଚେତାବନୀ ଦେଇଛନ୍ତି । ରାୱତ କହିଛନ୍ତି, ସିଦ୍ଧୁ ତାଙ୍କ ପରାମର୍ଶଦାତାଙ୍କୁ ବହିଷ୍କାର କରିବେ । ଯଦି ସିଦ୍ଧୁ ବହିଷ୍କାର ନ କରିବେ ତେବେ ଦଳ ଏହି କାମ କରିବ । ପ୍ୟାରେ ଲାଲ ଜର୍ଜ ଏବଂ ମଲୱିନ୍ଦର ମାଲି ନିକଟରେ ସିଦ୍ଧୁଙ୍କ ଟିମରେ ଯୋଗ ଦେଇଥିଲେ । ପାକିସ୍ତାନ ଏବଂ କାଶ୍ମୀର ସଂକ୍ରାନ୍ତରେ ଗତ ସପ୍ତାହରେ ସେମାନଙ୍କ ଟିପ୍ପଣୀ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ । ଏକ ଫେସବୁକ ପୋଷ୍ଟ କରି ମାଲି କହିଥିଲେ ଉଭୟ ଭାରତ ଓ ପାକିସ୍ତାନ କାଶ୍ମୀରକୁ ବଳ ପୂର୍ବକ ଦଖଲ କରିଛନ୍ତି । ଏହି ମନ୍ତବ୍ୟକୁ କଂଗ୍ରେସ କଡ଼ା ବିରୋଧ କରିଛି । ରାୱତ କହିଛନ୍ତି, ଏହି ପରାମର୍ଶଦାତାଙ୍କୁ ଦଳ ନିଯୁକ୍ତି ଦେଇନାହିଁ । ସିଦ୍ଧୁ ଏମାନଙ୍କୁ ବହିଷ୍କାର କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି ।