ପଞ୍ଜାବ କଂଗ୍ରେସରେ କନ୍ଦଳ ତେଜୁଛି

ପଞ୍ଜାବ କଂଗ୍ରେସରେ କନ୍ଦଳ ତେଜୁଛି

ପଞ୍ଜାବ କଂଗ୍ରେସରେ କନ୍ଦଳ ତେଜୁଛି
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖାଦେଇଥିବା ଅନ୍ତଃକନ୍ଦଳ ଥମିବାର ନାଁ ନେଉନାହିଁ । ଆସନ୍ତାବର୍ଷ ଏଠାରେ ବିଧାନସଭା ନିର୍ବାଚନ ହେବ । ତେଣୁ ୨୦୨୨ ବିଧାନସଭା ପାଇଁ ଦଳ କାହା ନେତୃତ୍ୱରେ ଲଢ଼ିବ ତାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି । କିଛି ବ୍ୟକ୍ତି ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ମଧ୍ୟ ଖୁସି ନାହାନ୍ତି । ଏହି ଦୁଇ ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ ଚାଲିଛି । ଏହି ସମସ୍ୟାର ସମାଧାନ ପାଇଁ କଂଗ୍ରେସର ହାଇକମାଣ୍ଡ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି । ଉକ୍ତ କମିଟି ଏହି ସମସ୍ୟାର ଅନୁଧ୍ୟାନ କରୁଛି । ଆସନ୍ତା ୨ ଦିନ ମଧ୍ୟରେ କମିଟି ପଞ୍ଜାବ କଂଗ୍ରେସର ଅନ୍ତଃକନ୍ଦଳ ସମ୍ପର୍କରେ ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଜଣାଯାଇଛି । ଆସନ୍ତା ୬ ମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବ । ତେଣୁ ଆମକୁ ମିଳିତ ହୋଇ କାମ କରିବା ସହିତ ବିଜୟୀ ହେବାକୁ ପଡ଼ିବ ବୋଲି ଅମରିନ୍ଦର କହିଛନ୍ତି । ଗତ ୪ ଦିନ ଭିତରେ କମିଟି ସିଦ୍ଧୁଙ୍କ ସମେତ ଦଳୀୟ ଏମପି, ଏମଏଲଏ ଏବଂ ପୂର୍ବତନ ରାଜ୍ୟ କମିଟି ମୁଖ୍ୟମାନଙ୍କୁ ଭେଟି ଆଲୋଚନା କରିସାରିଛି । ପଞ୍ଜାବର ନେତାମାନଙ୍କ ସହିତ ହୋଇଥିବା ଆଲୋଚନା ସମ୍ପର୍କରେ କମିଟି ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଥିବା କୁହାଯାଉଛି । ତେଣୁ କମିଟି ଆସନ୍ତା ସପ୍ତାହରେ ସୋନିଆ ଗାନ୍ଧିଙ୍କୁ ରିପୋର୍ଟ ଦେବ । ତେବେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ମନ୍ତ୍ରିମଣ୍ଡଳ ଏବଂ ଦଳୀୟ ପଦପଦବିରେ ଅଦଳବଦଳ ହେବାର ସମ୍ଭାବନା ରହିଛି ।