ନୃଶଂସ, ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ନୃଶଂସ, ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ନୃଶଂସ, ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା


ସୁନ୍ଦରଗଡ଼ : ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ହତ୍ୟାକାରୀ। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅଧିନ ବଲିଙ୍ଗାଫାଣ୍ତି ଟପରିଆ ବଜାରପଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟା ୫ଟାରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ନିଜ ସମ୍ପର୍କୀୟମାନେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଶବକୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲରେ ଥିବା ଏକ ପୋଖରୀ ହିଡ଼ରେ ଫିଙ୍ଗିଦେଇଛନ୍ତି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ତୁମୁଲିଆର କାମଦେବ ଧାନଗୁଣ (୭୦ ବର୍ଷ) ଦୀର୍ଘ ଦିନ ହେଲା ତାଙ୍କର ଶ୍ଵଶୁର ଘର ଟପରିଆରେ ରହି ଆସୁଥିଲେ। ବୁଧବାର ସନ୍ଧ୍ୟା ୫ଟାରେ କାମଦେବ ଶୋଇଥିବା ବେଳେ ତାଙ୍କର କିଛି ସମ୍ପର୍କୀୟ ଘରକୁ ଆସି ଗାଳିଗୁଲଜ କରିଥିଲେ। ଶେଷରେ ଏକ ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ। ଏହାପରେ କାମଦେବଙ୍କ ଶବକୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲରେ ଥିବା ଏକ ପୋଖରୀ ହିଡ଼ରେ ଫିଙ୍ଗିଦେଇ ସେଠାରୁ ଚମ୍ପଟ ମାରିଛନ୍ତି। ଘଟଣାସ୍ଥଳରେ ବଲିଙ୍ଗାଫାଣ୍ତି ଅଧିକାରୀ ପହଞ୍ଚି ଶବ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଆଜି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଲିଛି। ତେବେ ଏଯାଏଁ ହତ୍ୟାକାରୀମାନଙ୍କ ଟେର୍ ପାଇନି ପୋଲିସ।