ନୂଆ କୃଷି ବିଲ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ : ରାଷ୍ଟ୍ରପତି

ନୂଆ କୃଷି ବିଲ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ : ରାଷ୍ଟ୍ରପତି

ନୂଆ କୃଷି ବିଲ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ : ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ କୃଷକଙ୍କ ଉନ୍ନତି ପାଇଁ ମୋ ସରକାର ଅନେକ ପଦକ୍ଷେପ ନେଇଛି । ସ୍ୱାମୀନାଥନ ସୁପାରିସ ଲାଗୁ କରି ଏମଏସପି ଦେଢଗୁଣା କରାଯାଇଛି । ଜଳସେଚନ ସୁବିଧା ବଢିଛି । ଖାଦ୍ୟ ଉପôାଦନ ବୃଦ୍ଧି ପାଇଛି । ୨୦୧୪ରେ ୨୩୪ ମିଲିୟନ ଟନ ଖାଦ୍ୟ ଉପôାଦନ ହୋଇଥିଲା । ଏବେ ଦେଶର ଖାଦ୍ୟ ଉପôାଦନ ପରିମାଣ ୨୯୬ ମିଲିୟନ ଟନ । ଅନେକ ବିଚାରବିମର୍ଶ ପରେ ସଂସଦରେ ୩ଟି କୃଷି ବିଲ ପାସ ହୋଇଛି । ନୂଆ କୃଷି ବିଲ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ । କୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି । ତେବେ ଗଣତନ୍ତ୍ର ଦିବସରେ ଯାହା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ନୂଆ କୃଷି ଆଇନରେ ଚାଷୀଙ୍କୁ ବହୁ ଅଧିକାର ଦିଆଯାଇଛି । ଦେଶର ୩ କୋଟି ପରିବାକୁ ପାଇପ ଜଳ ଯୋଗାଣ କରାଯାଉଛି । ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଅନେକ ଯୋଜନା ହାତକୁ ନିଆଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।