ନୀରବି ଗଲେ ବିଶିଷ୍ଟ ସନ୍ତୁର ବାଦକ

ନୀରବି ଗଲେ ବିଶିଷ୍ଟ ସନ୍ତୁର ବାଦକ

ନୀରବି ଗଲେ ବିଶିଷ୍ଟ ସନ୍ତୁର ବାଦକ

ମୁମ୍ବାଇ : ଆଉ ନାହାନ୍ତି ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା । ଆଜି ମୁମ୍ବାଇରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ଦୀର୍ଘ ୬ମାସ ହେଲା ସେ କିଡନି ଜନିତ ସମସ୍ୟାରେ ଅସୁସ୍ଥ ଥିଲେ । ଏଥିପାଇଁ ତାଙ୍କର ନିୟମିତ ଡାଏଲିସିସ୍ ଚାଲିଥିଲା ବୋଲି ସୂଚନା ମିଳିଛି । 

ଆଜି ତାଙ୍କ ପରଲୋକରେ ସବୁଆଡେ ଶୋକର ଛାୟା ଖେଳିଯାଇଛି । ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।