ବୈବାହିକ ଜୀବନ ହେବ ସୁଖମୟ, ଜାଣନ୍ତୁ କିଛି ଜରୁରୀ ରହସ୍ୟ
ବୈବାହିକ ଜୀବନ ହେବ ସୁଖମୟ, ଜାଣନ୍ତୁ କିଛି ଜରୁରୀ ରହସ୍ୟ
ଭୁବନେଶ୍ୱର: ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି କି ? ଜୀବନକୁ ସଫଳ କରିବାକୁ ଚାହାଁନ୍ତି କି ? ତାହେଲେ କିଛି ଖାସ ସିକ୍ରେଟ ଆପଣଙ୍କ କାମରେ ଆସିପାରେ ଜ୍ଝ ଜାଣନ୍ତୁ ଏହି ସିକ୍ରେଟ ବିଷୟରେ ଜ୍ଝ ସମ୍ପର୍କକୁ ମଜଭୁତ କରିବା ପାଇଁ ପତି -ପତ୍ନୀ ଉଭୟ ଏ ବିଷୟ ପ୍ରତି ଧ୍ୟାନ ଦେବା ଦରକାର।
ଆପଣ ଯେମିତି ସେମିତି ହିଁ ରହନ୍ତୁ – ସ୍ୱଭାବରେ ନକଲି ରଙ୍ଗ ମାଖିଲେ ତାହା ସବୁଦିନେ ରହି ନ ଥାଏ ଜ୍ଝ ସେଥିପାଇଁ ନିଜ ସମ୍ପର୍କକୁ ସତ୍ୟ ଏବଂ ଖୋଲା ହୃଦୟରେ ଗ୍ରହଣ କରିବା ଉଚିତ ଜ୍ଝ ପତି -ପତ୍ନୀ କେହି କାହାରିକୁ ଇମ୍ପ୍ରେସ କରିବା ପାଇଁ ମିଛର ସାହାରା ନିଅନ୍ତୁ ନାହିଁ ଜ୍ଝ କାରଣ ମିଛ ଦିନେ ନା ଦିନେ ନିଶ୍ଚୟ ପ୍ରକାଶ ପାଇଥାଏ ଜ୍ଝ ଯଦ୍ୱାରା ହୃଦୟରେ ଫାଟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କରେ ଶୀଥିଳତା ଦେଖାଦେଇଥାଏ ଜ୍ଝ
ଖୋଲା ଖୋଲି କରନ୍ତୁ କଥାବାର୍ତ୍ତା – ବିବାହର କିଛି ବର୍ଷ ପରେ କେବଳ ଘର -ଗୃହସ୍ଥି ,ସନ୍ତାନ ,ଲଞ୍ଚ -ଡିନର ଏବଂ ଗ୍ରୋସରୀ ଲିଷ୍ଟ
ବିଷୟରେ ହିଁ କଥାବାର୍ତ୍ତା ରହିଯାଇଥାଏ ଜ୍ଝ ପତି -ପତ୍ନୀ ଉଭୟେ ନିଜର ଭାବନା ପ୍ରକାଶ କରିବା ବନ୍ଦ କରିଦେଇଥାନ୍ତି ଜ୍ଝ ଯେଉଁଟା ଏକଦମ ଭୁଲ ଜ୍ଝ ପତି -ପତ୍ନୀଙ୍କୁ ନିଜର ସମ୍ପର୍କକୁ ସ୍ୱତନ୍ତ୍ର ପ୍ରାଥମିକତା ଦେବା ଉଚିତ ଜ୍ଝ
ସମାଲୋଚନାରୁ ଦୂରେଇ ରହନ୍ତୁ – ପ୍ରତ୍ୟେକ ଛୋଟ ବଡ଼ କାମରେ ନିଜ ପାର୍ଟନରଙ୍କୁ ସମାଲୋଚନା ନ କରି ବରଂ ତାଙ୍କର ପ୍ରସଂଶା କରନ୍ତୁ ଜ୍ଝ ସବୁବେଳେ ଜଣଙ୍କର ଭୁଲ ବାହାର କଲେ ସାମନାବାଲା କାମ କରିବାକୁ ପଛଘୁଞ୍ଚା ଦେଇଥାଏ ଜ୍ଝ ଏହାଦ୍ୱାରା ଧୀରେ ଧୀରେ ସମ୍ପର୍କରେ ଦୂରତ୍ୱ ଆସିଯାଇଥାଏ ଜ୍ଝ
ଭୁଲ ମାଗିବା ଶିଖନ୍ତୁ – ଯେତେ ବଡ଼ କଥା ହୋଇଥାଉନା କାହିଁକି ଗୋଟିଏ ଛୋଟ ସରି ରେ ସମାଧାନ ହୋଇଯାଇଥାଏ ଜ୍ଝ ଯଦି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇଯାଇଛି ତେବେ ଡେରି ନ କରି ସରି କହି ଦିଅନ୍ତୁ ଜ୍ଝ କେହି ବି ବ୍ୟକ୍ତି ପରଫେକ୍ଟ ହୋଇନଥାଏ ଜ୍ଝ ତାକୁ ପରଫେକ୍ଟ କରିବା ଦାୟିତ୍ୱ ଆମର ହୋଇଥାଏ ଜ୍ଝ
ଅସୁରକ୍ଷିତ ଭାବନାରୁ ରହନ୍ତୁ ଦୂରେଇ – ପତି -ପତ୍ନୀଙ୍କ ସମ୍ପର୍କ ଜଣେ ଅନ୍ୟ ଜଣଙ୍କ ଭରସା ଉପରେ ନିର୍ଭର କରିଥାଏ ଜ୍ଝ ଜଣେ ଅନ୍ୟ ଜଣକ ଫୋନ ଚେକ କରିବା, ମେଲ ପଢିବା କିମ୍ବା ପକେଟ ଚେକ କରିବା ପରିବର୍ତ୍ତେ ସିଧା କଥାବାର୍ତ୍ତା ହୁଅନ୍ତୁ ଜ୍ଝ ଉଭୟେ ଉଭୟଙ୍କୁ ପୁରା ସ୍ପେସ ଦିଅନ୍ତୁ, ଦେଖିବେ ଆପଣଙ୍କ ପାର୍ଟନର ସର୍ବଦା ଆପଣଙ୍କ ନିକଟରେ ହିଁ ଥିବେ।




admin 