ନିଜ ଭୁଲ୍‌କୁ ଘୋଡ଼ାଇବାକୁ ଯାଇ ବିଜେପି ନେହରୁଙ୍କ ଉପରେ ଦୋଷ ଲଦୁଛି: ମନମୋହନ ସିଂହ

ନିଜ ଭୁଲ୍‌କୁ ଘୋଡ଼ାଇବାକୁ ଯାଇ ବିଜେପି ନେହରୁଙ୍କ ଉପରେ ଦୋଷ ଲଦୁଛି: ମନମୋହନ ସିଂହ

ନିଜ ଭୁଲ୍‌କୁ ଘୋଡ଼ାଇବାକୁ ଯାଇ ବିଜେପି ନେହରୁଙ୍କ ଉପରେ ଦୋଷ ଲଦୁଛି: ମନମୋହନ ସିଂହ

ଚଣ୍ଡୀଗଡ଼: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମହଲ ପୂରା ଗରମ ରହିଛି। ବିଶେଷ କରି କଂଗ୍ରେସ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ତେବେ ଦୀର୍ଘଦିନ ପରେ ମୌନ ବ୍ରତ ଭାଙ୍ଗି ଏସବୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁ ଦେଶବାସୀ ଆର୍ଥିକ ଦୁରାବସ୍ଥା, ବେରୋଜଗାରୀ, ଦରଦାମ ବୃଦ୍ଧି ଆଦି ସମସ୍ୟା ଭୋଗୁଛନ୍ତି ।

ବିଜେପିର ସାଢ଼େ ୭ ବର୍ଷ ଶାସନ ଭିତରେ ଦେଶରେ ବେରୋଜଗାରୀ ବଢ଼ିଛି । ଦୈନନ୍ଦିନ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକେ ହୀନସ୍ତା ହେଉଛନ୍ତି । ନିଜ ଭୁଲକୁ ସ୍ୱୀକାର କରିବା ପରିର୍ବତ୍ତେ ବିଜେପି ନେତାମାନେ ଜବାହରଲାଲ ନେହେରୁଙ୍କ ଉପରେ ଦୋଷ ଲଦିବାରେ ବ୍ୟସ୍ତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା । ବିଜେପି ଶାସନ ଆସିବା ପରେ ରାଷ୍ଟ୍ରାବାଦ ନାଁରେ ଦେଶରେ ବଢ଼ିଛି ସାମ୍ପ୍ରଦାୟିକ ଭେଦଭାବ । ସରକାରଙ୍କ ବିଦେଶ ନୀତି ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ।