ବ୍ରହ୍ମୋସ ‌କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବ୍ରହ୍ମୋସ ‌କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବ୍ରହ୍ମୋସ ‌କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରରର ସଫଳ ପରୀକ୍ଷଣ ହୋଇଛି। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ୍ ବିଶାଖାପାଟନମ୍‌ରେ ଶୁକ୍ରବାର ପଶ୍ଚିମ ସମୁଦ୍ର ଉପକୂଳରୁ ପରୀକ୍ଷଣ କରିଥିବା ନେଇ ପ୍ରତିରକ୍ଷା ସୁତ୍ରରୁ ସୂଚନା ମିଳିଛି।

ଏହି କ୍ଷେପଣାସ୍ତ୍ରଟି ଆଇଏନଏସ୍ ବିଶାଖାପାଟନମରୁ ପରୀକ୍ଷଣ କରାଯାଇଥିଲା ଯାହାକି ନିକଟରେ ନିର୍ମିତ ଭାରତୀୟ ନୌସେନାର ସର୍ବଶେଷ ଯୁଦ୍ଧ ଜାହଜ ଅଟେ। ବ୍ରାହ୍ମୋସ୍ ହେଉଛି ଭାରତୀୟ ନୌସେନାର ଯୁଦ୍ଧ ଜାହାଜର ମୁଖ୍ୟ ଅସ୍ତ୍ର ପ୍ରଣାଳୀ ଏବଂ ଏହାର ସ୍ଥଳସେନା, ବାୟୁସେନା ଏବଂ ନୌସେନାରେ ନିୟୋଜିତ ହୋଇଛି । ଏକ ଅଣ୍ଡର ୱାଟର ସଂସ୍କରଣ ମଧ୍ୟ ବିକଶିତ ହେଉଛି ଯାହା କେବଳ ଭାରତର ବୁଡ଼ାଜାହାଜ ଦ୍ୱାରା ବ୍ୟବହୃତ ହେବ ନାହିଁ ବରଂ ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ଦେଶକୁ ରପ୍ତାନି ପାଇଁ ମଧ୍ୟ ଦିଆଯିବ ।