ୟୁକ୍ରେନ୍ ଫରୱାର୍ଡ ଅଞ୍ଚଳରେ୍ ରକେଟ ମାଡ଼
ୟୁକ୍ରେନ୍ ଫରୱାର୍ଡ ଅଞ୍ଚଳରେ୍ ରକେଟ ମାଡ଼
ନୂଆଦିଲ୍ଲୀ: ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ହୋଇଛି ରକେଟ୍ ମାଡ଼। ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି ବୋଲି ୟୁକ୍ରେନ ଦାବି କରିଛି। ସୂଚନା ଅନୁସାରେ ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ଅଛି। ଗୁରୁବାର ଲୁହାନ୍ସ୍କା ଅଞ୍ଚଳର ଏକ ଗାଁରେ ରକେଟ ଓ ମୋର୍ଟାଲ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛି ୟୁକ୍ରେନ୍। ତେବେ ସତରେ ଗୁଳିମାଡ ହୋଇଛି ନା ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ସତରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିପାରେ କି ବୋଲି ଆଶଙ୍କା ବଢ଼ିଛି।
ସେପଟେ କିଛି ଦିନ ଭିତରେ ୟୁକ୍ରେନ ଉପରେ ସତକୁ ସତ ରୁଷିଆ ଆକ୍ରମଣ କରିବ ବୋଲି ଚେତାଇ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ସେ କହିଛନ୍ତି, ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିବା ମସ୍କୋ ଦାବି କରୁଥିଲେ ମଧ୍ୟ ହମ୍ଲା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଫୋନ୍ରେ କଥାବାର୍ତ୍ତା କରିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍।
ଅନ୍ୟପଟେ ଆମେରିକାର ଏଭଳି ଦାବିକୁ ଖଣ୍ଡନ କରିଛି ରୁଷ ବୈଦେଶିକ ମନ୍ତ୍ରାଳୟ। କହିଛି, କିଛି ଦିନ ହେଲା ଆମେରିକା ଯେଉଁ ଦାବି କରୁଛି, ତା’ର କୌଣସି ସତ୍ୟତା ନାହିଁ।




admin 